ଆସନ୍ତା ୭ ତାରିଖରୁ ଖୋଲିବ ସ୍କୁଲ ଓ କଲେଜ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଆସନ୍ତା ୭ ତାରିଖରୁ ଅଷ୍ଟମ ଶ୍ରେଣୀ ଉପରକୁ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବ। ସ୍କୁଲ ଓ କଲେଜ ସହ ସମ୍ପୃକ୍ତ ହଷ୍ଟେଲ ଗୁଡ଼ିକ ମଧ୍ୟ ଖୋଲିବ । ଏଥିସହିତ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫେବୃଆରୀ ୧୪ରୁ ଖୋଲିବ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆହୁରି କହିଛନ୍ତି ଯେ, ପିଲାମାନେ ନିଜ ଇଚ୍ଛାରେ ଅନଲାଇନ ଓ ଅଫଲାଇନ କ୍ଲାସ କରିପାରିବେ । ଆବଶ୍ୟକ ପଡ଼ିଲେ ବିଭିନ୍ନ ବିଭାଗ ଖରା ଛୁଟି ଅବଧି କମାଇ ପାରିବେ ।