ଏସବିଆଇ ଗ୍ରାହକ ମେଳା କ୍ୟାମ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଡିଜିଟାଲ ପ୍ଲାଟଫର୍ମରେ ୩୦ ସେକେଣ୍ଡରେ ୫୦ ହଜାର ଟଙ୍କାର ଋଣ ଉପଲବ୍ଧ – ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ By Nitidin On Oct 4, 2019 Share ଭୁବନେଶ୍ୱର, ଏନ୍ଏନ୍ଏସ୍ : ମୋଦି ସରକାର ବ୍ୟାକିଙ୍ଗ କ୍ଷେତ୍ରରେ ବଡ ପରିବର୍ତନ କରିଥିବା ବେଳେ ଭାରତୀୟ ବ୍ୟାଙ୍କ ଗୁଡିକ ଗରିବ ଲୋକଙ୍କର ସାଥୀ ହୋଇପାରିଛି। ବର୍ତମାନ ବ୍ୟାଙ୍କ ଖାତା, ତିନି ମାସର ସକ୍ରିୟତା, ଆଧାର ନମ୍ବର ଓ ଟେଲିଫୋନ ଠିକଣା ଥିଲେ ବ୍ୟାଙ୍କ ତଥା ଇ-ମୁଦ୍ରା ବା ଡିଜିଟାଲ ପ୍ଲାଟଫର୍ମରେ ୩୦ ସେକେଣ୍ଡ ମଧ୍ୟରେ ଜଣେ ଲୋକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରୁଛି । ଏହା ମୋଦି ସରକାରଙ୍କ ଗରିବ ଲୋକଙ୍କୁ ଭେଟି ବୋଲି ଶୁକ୍ରବାର ଭାରତୀୟ ଷ୍ଟେଟ ବ୍ୟାଙ୍କ, ଭୁବନେଶ୍ୱର ଶାଖା କାର୍ଯ୍ୟାଳୟ ତରଫରୁ ଆୟୋଜିତ ଗ୍ରାହକ ମେଳା କ୍ୟାମ୍ପକୁ ଶଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଓଡିଶାରେ ବ୍ୟାଙ୍କ କମ ଥିବା ବେଳେ ଅଧିକ ବ୍ୟାଙ୍କ ଖୋଲାଯିବାକୁ ପରାମର୍ଶ ଦେଇଥିଲେ । ବ୍ୟାଙ୍କ ସହ ଗ୍ରାହକଙ୍କ ସମ୍ପର୍କ ସୂତ୍ର ପ୍ରସାରଣ ନିମନ୍ତେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କର ଅର୍ଥ ବିଭାଗ ତରଫରୁ ତଥା ବ୍ୟାଙ୍କିଂ ଡିଭିଜନ ତରଫରୁ ପାର୍ବଣ ଅବସରରେ ଦେଶରେ ଗୋଟିଏ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପୂର୍ବରୁ ଗ୍ରାହକମାନେ ବ୍ୟାଙ୍କକୁ ଯାଉଥିବା ବେଳେ ଏବେ ବ୍ୟାଙ୍କ ଲୋକଙ୍କ ପାଖକୁ ଯାଉଛି । ଏ ସମ୍ପର୍କିତ କାର୍ଯ୍ୟକ୍ରମ ଓଡିଶାରେ ଅଭିଯାନକୁ ଆରମ୍ଭ କରାଯାଇଛି। ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ୱରରେ ୨୬୦୪ ଜଣଙ୍କୁ ଋଣ ଦିଆଯାଇଛି। ମୋଟ ୧୬୬.୧୧ କୋଟି ଟଙ୍କା ଋଣ ମୁଦ୍ରା ଓ ଅନ୍ୟ ଯୋଜନାରେ ଏସଏସଜି ସହ ଶିକ୍ଷା, ଗାଡି ଓ ଘର ତିଆରି ଆଦି ପାଇଁ ଲୋନ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାମାନ୍ୟ ଲୋକମାନଙ୍କୁ ଋଣ ସୁବିଧାରେ ମିଳୁ ଏହା ଭାରତ ସରକାରଙ୍କ ଲକ୍ଷ୍ୟ ରହିଛି । ଦେଶର ଅର୍ଥନୀତିକୁ ମଜବୁତ କରିବାରେ ସାମାନ୍ୟ ଲୋକର ମଧ୍ୟ ଭାଗିଦାରୀ ରହୁ ଏବଂ ବ୍ୟାଙ୍କ ଏଥିରେ ସହଯୋଗ ହେଉ ଏହା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ସାଧାରଣ ଲୋକଙ୍କ ପାଖରେ ବ୍ୟାଙ୍କର ପୁଞ୍ଜି ପହଁଚାଇ ଆର୍ଥିକ ଗତିବିଧିକୁ ମଜବୁତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ବ୍ୟାଙ୍କ କେବଳ ଯେ ଧନୀକ ଶ୍ରେଣୀ ଲୋକ ବା ଥିଲା ବାଲାଙ୍କର ସେ ଯୁଗର ଅନ୍ତ ଘଟିଛି। ପୂର୍ବେ ଧନୀକ ଶ୍ରେଣୀର ଲୋକମାନଙ୍କର ବ୍ୟାଙ୍କ ଖାତା ଥିବା ବେଳେ ଏବେ ଗରିବରୁ ଗରିବ ଲୋକଙ୍କର ବ୍ୟାଙ୍କ ଖାତା ରହିଛି। ନରେନ୍ଦ୍ର ମୋଦିଙ୍କ ସରକାର ହେଲା ପରେ ଗରିବ ଲୋକଙ୍କର ବ୍ୟାଙ୍କ ଖାତା ଅଧିକ ଖୋଲାଯାଇଛି । ଏବେ ଗରିବରୁ ଗରିବ ଲୋକମାନେ ବ୍ୟାଙ୍କ୍ ଦ୍ୱାରା ଋଣ ଓ ଅନ୍ୟାନ୍ୟ ସୁବିଧା ପାଇପାରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ବିଭିନ୍ନ କ୍ଷେତ୍ରକୁ ମୋଟ ୨ ଲକ୍ଷ କୋଟି ଟଙ୍କା ଋଣ ବାବଦକୁ ବ୍ୟାଙ୍କ ଦେଇଛି । ଏହି ଋଣ ଭିତରେ ଓଡିଶାର ଏସଏସଜି ଭଉଣୀମାନେ ୩୬ ହଜାର କୋଟି ଟଙ୍କା ନେଇଛନ୍ତି ଏବଂ ଏହି ଏସଏସଜି ଭଉଣୀମାନେ ଋଣ ନେଇ ସମୟ ଭିତରେ ଶତପ୍ରତିଶତ ଋଣ ପରିଶୋଧ କରୁଛନ୍ତି । ତେଣୁ ଏହି ଟଙ୍କା ଋଣ କ୍ଷମତାକୁ ଆହୁରି ବୃଦ୍ଧି କରିବା ସହ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆର୍ଥିକ ସହାୟତା ଦେବାକୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି । Share