‘ସାଣ୍ଡ କି ଆଁଖ’ ଦିଲ୍ଲୀରେ ଟ୍ୟାକ୍ସ ଫ୍ରି

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଦୀପାବଳି ଉପଲକ୍ଷେ ରିଲିଜ ହୋଇଥିବା ‘ସାଣ୍ଡ କି ଆଁଖ’ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ୱିଟ କରିଛନ୍ତି, ‘ଦିଲ୍ଲୀ ସରକାର ଦିଲ୍ଲୀରେ ‘ସାଣ୍ଡ କି ଅାଁଖ’ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଷ୍ଟାଟସ ଦେଇଛନ୍ତି। ଫିଲ୍ମର ମେସେଜ ସବୁ ବର୍ଗ, ବୟସ ଏବଂ ଲିଙ୍ଗର ଦର୍ଶକଙ୍କ ନିକଟରେ ପହଞ୍ôଚବା ଦରକାର।’

ସୂଚନାଯୋଗ୍ୟ, ‘ସାଣ୍ଡ୍ କି ଆଁଖ’ ଦେଶର ସବୁଠୁ ବୟସ୍କ ସୁଟର୍ ପ୍ରକାଶୀ ତୋମର ଏବଂ ଚନ୍ଦା ତୋମର ନାମକ ଦୁଇ ମହିଳାଙ୍କ ଉପରେ ଆଧାରିତ। ଏ ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ତାପସୀ ପନ୍ନୁ ଓ ଭୂମି ପେଦନେକର। ଏ ଫିଲ୍ମକୁ ଉତ୍ତର ପ୍ରଦେଶରେ ମଧ୍ୟ ଟ୍ୟାକ୍ସ ଫ୍ରି ଘୋଷଣା କରାଯାଇଛି। ଏ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତୁଷାର ହୀରାନନ୍ଦାନି, ପ୍ରଯୋଜନା କରିଛନ୍ତି ଅନୁରାଗ କଶ୍ୟପ। ପୂର୍ବରୁ ଫିଲ୍ମର ଟ୍ରେଲରକୁ ବି ଢେର୍ ପସନ୍ଦ କରିଛନ୍ତି ଦର୍ଶକ।