କୋର୍ସ ସାରିବାକୁ ୧୦୦ଦିନ ଟାର୍ଗେଟ : ମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: କରୋନା ପାଇଁ ଦୀର୍ଘ୧୦ ମାସ ହେବ ସ୍କୁଲ କଲେଜ ସବୁ ବନ୍ଦ ରହିଛି। ତେବେ ଜାନୁଆରୀ ୮ରୁ ରାଜ୍ୟରେ ବିଦ୍ୟାଳୟ ଖୋଲିବ ଏବଂ ପାଠପଢ଼ା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ। ମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ପିଲା ପଢ଼ିବେ। ଅଧିକ ପିଲା ହେଲେ ଅଧିକ ଶ୍ରେଣୀହେବ। ସାନିଟାଇଜେସନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି। ଏହାବ୍ୟତୀତ ଡିଇଓ ମାନଙ୍କ ସହ ସ୍ୱତନ୍ତ୍ର ସଚିବଙ୍କ ଆଲୋଚନା ଶେଷହୋଇଛି। ଏହାବ୍ୟତୀତ ପ୍ରତି ଜିଲ୍ଲାର ନୋଡାଲ ଅଫିସର ଦାୟୀତ୍ୱ ପାଇ ଅଧିକାରୀମାନେ ପହଞ୍ଚିଲେଣି। ୧୫ରୁ ୧୭ ଜିଲ୍ଲାର ଜିଲ୍ଲାପାଳ ଓ ଡିଇଓଙ୍କ ମିଳିତ ବୈଠକ ସରିଛି। ବୈଠକ ପରେ ପ୍ରତି ଜିଲ୍ଲାର ପଦାଧିକାରୀ ଜିଲ୍ଲାକୁ ଗଲେଣି।

ତେବେ ସେମାନେ ଜିଲ୍ଲାପାଳ ଓ ଡିଇଓଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବେ। ଯଦି ଅଧିକ ଶିକ୍ଷକ ଆବଶ୍ୟକତା ରହିଛି, ତେବେ ତାହା ପୂରଣ କରିବାକୁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମରୁ ନବମ ଶ୍ରେଣୀ ଯାଏ କ୍ଲାସ୍ ହେଉନାହିଁ। କେବଳ ଦଶମରୁ ଦ୍ୱାଦଶ ପାଇଁ ସ୍କୁଲ ଖୋଲିବ। ୧୦୦ ଦିନ ପାଠପଢା ଆବଶ୍ୟକତା ରହିଛି। ସବୁଠାରୁ ବଡ଼ କଥା ହେଉଛି ୧୦୦ ଦିନର ପାଠପଢ଼ା ମଧ୍ୟରେ ରବିବାର ମଧ୍ୟ ସ୍କୁଲରେ ପାଠପଢ଼ା ହେବ। କାରଣ ରବିବାର ନପଢ଼ାଇଲେ ୧୦୦ ଦିନ ହେବନାହିଁ। ବର୍ତ୍ତମାନ କିନ୍ତୁ ପିଲାଙ୍କ କୋଭିଡ୍ ଟେଷ୍ଟ ହେବା ନିଷ୍ପତ୍ତି ହୋଇନି। ସ୍ୱାସ୍ଥ୍ୟବିଭାଗ କହିବା ପରେ ଟେଷ୍ଟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସିଲାବସ ୩୦ ପ୍ରତିଶତ କମିଥିବା ମନ୍ତ୍ରୀ କହିଛନ୍ତି।