ସଲମାନ ଖାନ୍ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ

ମୁମ୍ବାଇ,ଏଜେନ୍ସି: ବଲିଉଡ ଅଭିନେତା ସଲମାନ ଖାନ୍ ଇତିମଧ୍ୟରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୨୦୧୯ରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ନିମ୍ନ ଅଦାଲତ ସଲମାନ୍ ଓ ତାଙ୍କର ଅଙ୍ଗରକ୍ଷୀଙ୍କୁ ଏପ୍ରିଲ ୫ରେ ବ୍ୟକ୍ତିଗତଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶକୁ ଖାରଜ କରିବାକୁ ସଲମାନ୍ ହାଇକୋର୍ଟରେ ପିଟିସନ ଦାଏର କରିଛନ୍ତି।