ରିଲିଜ ପୂର୍ବରୁ ୨୦୦ କୋଟିରେ ବିକ୍ରି ହେଲା ଶାହରୁଖ ଓ ସଲମାନଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନ ଓ ସଲମାନ ଖାନଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଜ୍ଞା ହଁ, ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଓ ସଲମାନ ଖାନଙ୍କ ‘ଟାଇଗର ୩’ ରିଲିଜ ପୂର୍ବରୁ ହିଁ ୨୦୦ କୋଟିରେ ବିକ୍ରି ହୋଇଛି। ଉଭୟ କଳାକାରଙ୍କ ଫ୍ୟାନ ଫଲୋଇଙ୍ଗ ଯୋଗୁ ରିଲିଜ ପୂର୍ବରୁ ହିଁ ଏତେ ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି। ଏନେଇ ଲେଟ୍ସ ଗ୍ଲୋବାଲ ଓଟିଟି ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛି।

ସୂଚନାଯୋଗ୍ୟ, ‘ପଠାନ’ରେ ଶାହରୁଖଙ୍କ ସହ ଦୀପିକା ପାଦ୍ୟୁକୋନ୍ ଓ ଜନ୍ ଆବ୍ରାହିମଙ୍କୁ ଦେଖିବାକୁ ମିଳିବ। ଅନ୍ୟପଟେ ‘ଟାଇଗର ୩’ରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ ଓ ଇମ୍ରାନ ହାସମି ନଜର ଆସିବେ। ଏହି ଫିଲ୍ମଟି ୨୦୨୨ରେ ରିଲିଜ ହେବ ବୋଲି ସୂଚନା ମିଳିଛି।