ଭୁବନେଶ୍ୱର,ଏନ୍ଏନ୍ଏସ୍: ରିଜିଓନାଲ ଇନଷ୍ଟିଚ୍ୟୁଟ ଅଫ ଏଜୁକେଶନ(ଆରଆଇଇ), ଭୁବନେଶ୍ୱରର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ମାଧୁରୀ ମହାପାତ୍ର ଗତକାଲି ଆମେରିକା ବୋଷ୍ଟୋନ ଠାରେ ଇହଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ସେ ବରିଷ୍ଠ ପ୍ରଶାସକ ଭବାନୀ ପ୍ରସାଦ ମହାପାତ୍ର ଓ ଉଷାରଣୀ ମହାପାତ୍ରଙ୍କ କନ୍ୟା ଏବଂ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ସନ୍ତୋଷ କୁମାର ମିଶ୍ରଙ୍କ ଧର୍ମପତ୍ନୀ ଥିଲେ। ତାଙ୍କର ୨ ଝିଅ ଏବଂ ୧ ପୁଅ ଅଛନ୍ତି। ସେ ଜଣେ ଅଦ୍ୱିତୀୟ ଅଧ୍ୟାପିକା, ମିଷ୍ଟଭାଷୀ, ବନ୍ଧୁବତ୍ସଲ, ପରୋପକାରୀ ମହିଳା ଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ଭୁବନେଶ୍ୱର ଡୁମଡୁମା ଠାରେ ଥିବା କୋକିଳା ବେନ ଆପାର୍ଟମେଣ୍ଟରେ ରହୁଥିଲେ। ତାଙ୍କ ମୃତ୍ୟୁରେ ବରିଷ୍ଠ ଆଇଏଏସ ଅଧିକାରୀ ଉପେନ୍ଦ୍ର ତ୍ରିପାଠୀ, ଶ୍ରୀକାନ୍ତ ମିଶ୍ର, ବ୍ରଜକିଶୋର ମହାପାତ୍ର, ହରପ୍ରସାଦ ମହାପାତ୍ର, ହିମାଂଶୁ, ଶିତାନସୁ, ସୁଧାଂଶୁ, ଜଗନମୋହନ, ବାଣିକିଙ୍କର ମହାପାତ୍ରଙ୍କ ସମେତ ବନ୍ଧୁ ବର୍ଗ ଗଭୀର ଶୋକ ବ୍ୟକ୍ତ କରିବା ସହ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।