ଗାଡି ଲାଇସେନ୍ସ,ପରମିଟ ,ରେଜିଷ୍ଟ୍ରେସନ ନଥିଲେ ବି କଟିବନି ଫାଇନ

ଭୁବନେଶ୍ୱର : ଲକ ଡାଉନ ପାଇଁ ମୋଟର ଯାନ ଆଇନରେ ସଂଶୋଧନ କରିଛନ୍ତି ସରକାର । ଗାଡି ଲାଇସେନ୍ସ,ପରମିଟ ,ରେଜିଷ୍ଟ୍ରେସନ ନଥିଲେ ବି କଟିବନି ଫାଇନ । ଜୁନ ୩୦ ତାରିଖ ଯାଏ ଏହି ନୂଆ ନିୟମ ଲାଗୁ ହେବ । କେନ୍ଦ୍ରସରକାର ଲକଡାଉନ ୩.୦ ପାଇଁ ଏହା ଲାଗୁ କରିଛନ୍ତି । ଏବେ ଆପଣଙ୍କ ପୁରୁଣା ଡକ୍ୟୁମେଣ୍ଟର ବୈଧତା ଜୁନ ୩୦ ଯାଏ ରହିବ । ଏଥିରେ କୈାଣସି ରେନ୍ୟୁ କରିବାର ଆବଶ୍ୟକତା ନାହିଁ । କିନ୍ତୁ ଏହାର ଲାଭ ଗ୍ରୀନ ଓ ଅରେଂଜ ଜୋନରେ ଗାଡି ଚଲାଉଥିବା ଲୋକେ ହିଁ ପାଇପାରିବେ । ରେଡ ଜୋନରେ ଗାଡି ଚଲାଇବାରେ ପ୍ରତିବନ୍ଧକ ଥିବାରୁ ଏହା ଲାଗୁ ହେବ ନାହିଁ । ପୂର୍ବରୁ ଗାଡି ସମ୍ବନ୍ଧୀୟ କାଗଜପତ୍ର ନବୀକରଣର ଶେଷ ତାରିଖ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଥିଲା । ମାତ୍ର ଲକ ଡାଉନ ପାଇଁ ଏଥିରେ କୋହଳ କରାଯାଇଥିଲା । କିନ୍ତୁ ବିନା ହେଲେମେଟରେ ଯାତ୍ରା, ମଦ ପିଇ ଗାଡିଚଲାଇବା, ୩ଜଣ ବସି ଯିବା, ସିଟବେଲ୍ଟ ନବାନ୍ଧିବା ଓ ରଙ୍ଗରୁଟରେ ଗାଡି ଚଲାଇବା ଉପରେ ଫାଇନ ହୋଇପାରିବ ।