ଭୁବନେଶ୍ୱର,ଏନ୍ଏନ୍ଏସ୍: ବଢୁଥିବା ସଂକ୍ରମଣ ମଧ୍ୟରେ ପ୍ରିକସନ ଡୋଜ ପାଇଁ ସ୍ଲଟ ଖୋଲିଛି। କରୋନାର ତୃତୀୟ ଡୋଜ ଟିକାକରଣ ବୁକିଂ ପାଇଁ କୋ-ୱିନ ଆପରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କାଲିଠୁ ଆରମ୍ଭ ହେଉଥିବା ଏହି ପ୍ରକ୍ରିୟାରେ ଡବଲ୍ ଡୋଜ୍ ଟୀକାକୃତ ବ୍ୟକ୍ତିମାନେ ପଞ୍ଜୀକୃତ ତାରିଖ ଅନୁଯାୟୀ ତୃତୀୟ ଡ଼ୋଜ ଟିକା ନେଇ ପାରିବେ।
ଆସନ୍ତା କାଲିଠାରୁ ପ୍ରିକସନ ଡୋଜ ଆରମ୍ଭ ହେଉଥିବା ବେଳେ ସ୍ୱାସ୍ଥ୍ୟ କର୍ମୀ, ବରିଷ୍ଠ ନାଗରିକ ଏବଂ ସହ-ରୋଗୀ ରୋଗୀଙ୍କୁ ପ୍ରଥମ ପର୍ଯ୍ୟାୟ ଅନ୍ତର୍ଭୁକ୍ତ କରାଯାଇଛି। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ ସୂଚନା ଅନୁଯାୟୀ, ସୋମବାର ଠାରୁ ଅପରାହ୍ନ ୩ ଟାରୁ ୬ ଟା ପର୍ଯ୍ୟନ୍ତ ଟିକାକରଣ ଚାଲିବ। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ୨ୟ ଡୋଜ ଏବଂ ପ୍ରିକସନ ମଧ୍ୟରେ ବ୍ୟବଧାନ ୯ ମାସ ହେବା ଜରୁରୀ।