ଆଜି ଅପରାହ୍ନ ୪ଟାରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ପାଇଁ ପଞ୍ଜୀକରଣ ପ୍ରକିୟା ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଥମ ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକାକରଣ କରାଯାଇଥିଲା। ବର୍ତ୍ତମାନ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଥିବା ବେଳେ ମେ’ ପହିଲାରୁ ୧୮ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ।

ଏନେଇ ଆଜି ଅପରାହ୍ନ ୪ଟାରୁ ଆରୋଗ୍ୟ ସେତୁ, ଉମଙ୍ଗ ଆପ, କୋୱିନ ପୋର୍ଟାଲରେ ଟିକା ପାଇଁ ପଞ୍ଜୀକରଣ ହେବ। ପଞ୍ଜୀକରଣ ପାଇଁ ନାମ, ଠିକଣା, ଆଧାର କାର୍ଡ ଆଦି ଭଳି ତଥ୍ୟ ପ୍ରଦାନ କରାଯିବ। ସେଠାରେ ଆପଣଙ୍କୁ ଆଧାର ଆଇଡି, ପାନ, ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦିର ଫଟୋ ଆଇଡିର ନମ୍ବର ଦେବାକୁ ପଡିବ।

ସୂଚନା ଅନୁସାରେ ରାଜ୍ୟରେ ବିଗତ ୨୪ ଘଣ୍ଟାରେ ୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ବୌଦ୍ଧରୁ ଜଣେ, ଗଞ୍ଜାମରୁ ଜଣେ, ଖୋର୍ଦ୍ଧାରୁ ଜଣେ, ପୁରୀରୁ ୩ ଜଣ, ରାୟଗଡ଼ାରୁ ୩ ଜଣ, ସୁନ୍ଦରଗଡ଼ରୁ ଜଣେ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୧୭କୁ ବୃଦ୍ଧି ପାଇଛି।