ରେକର୍ଡ କଲା ‘ଭୁଲାଦୁଙ୍ଗା…’

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଓ ସହଜାନ ଗିଲଙ୍କ ଯୋଡ଼ିକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ। ଏହି ଯୋଡ଼ିଙ୍କ ଗୀତ ‘ଭୁଲା ଦୁଙ୍ଗା…’ ଏବେ ଏକ ନୂଆ ରେକର୍ଡ କରିଛି। ସୋସିଆଲ ମିଡିଆରେ ଏ ଗୀତଟି ଚହଳ ସୃଷ୍ଟି କରିଛି। ଗୀତଟି ଗାଇଛନ୍ତି ଦର୍ଶନ ରାୱଲ। ଏହାରି ମଧ୍ୟରେ ଗୀତଟିକୁ ୫୦ ମିଲିୟନରୁ ଅଧିକ ଶ୍ରୋତା-ଦର୍ଶକ ଉପଭୋଗ କରିଛନ୍ତି। ଏହା ସହିତ କମେଣ୍ଟ ମାମଲାରେ ‘ଭୁଲା ଦୁଙ୍ଗା…’ ଗୀତଟି ଜଷ୍ଟିନ ବିବରଙ୍କ ‘ବେବି-ବେବି…’ ଓ ଶକିରାଙ୍କ ଗୀତ ‘ୱାକା ୱାକା…’କୁ ପଛରେ ପକାଇ ଦେଇଛି। ନିକଟରେ ସହନାଜ ଗିଲ ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ଏ ଗୀତର ୱିଟିଏସ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ରହିଛି ଗୀତ ସୁଟିଂ ବେଳର ଦୃଶ୍ୟ। ଗୀତରେ ସହନାଜ ଓ ସିଦ୍ଧାର୍ଥ ରୋମାଣ୍ଟିକ ସିନ୍ ସୁଟ୍ କରୁଥିବା ଦେଖିବାକୁ ମିଳିଛି। ସହନାଜ ସେୟାର କରିଥିବା ଏହି ଭିଡିଓକୁ ୧୩ ଲକ୍ଷରୁ ଅଧିକ ଥର ଦେଖିସାରିଲେଣି ଦର୍ଶକ। କହିରଖୁଛୁ, ‘ବିଗ ବସ ୧୩’ ପରେ ପ୍ରଥମଥର ପାଇଁ ସହନାଜ ଓ ସିଦ୍ଧାର୍ଥ ‘ଭୁଲା ଦୁଙ୍ଗା…’ରେ କାମ କରିଛନ୍ତି। ମ୍ୟୁଜିକ ଭିଡିଓ ପାଇଁ ସିଦ୍ଧାର୍ଥଙ୍କ ସହିତ କାମ କରିବାର ଅନୁଭବ ଖୁବ ମଜାଦାର ଥିଲା ବୋଲି କହିଛନ୍ତି ସହନାଜ। ଏଥିରେ ପ୍ରଥମ ଥର ପାଇଁ ଆମେ ଅଭିନୟ କରିଥିଲୁ ଏବଂ ବାତାବରଣ ଖୁବ୍ ଭଲ ଥିଲା ବୋଲି କହିଥିଲେ ସେ।