ପୁଣି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ, ୧୧ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରତିଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗି ନୂଆ ଶୀର୍ଷକୁ ଛୁଇଁବାରେ ଲାଗିଛି। କରୋନା ଗ୍ରାଫ ତଳକୁ ଖସିବାର ନାଁ ନେଉନାହିଁ। ଏହି ମଧ୍ୟରେ ପୁଣି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୪,୨୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ରାଜ୍ୟ ସଂକ୍ରମଣରେ ସର୍ବକାଳୀନ ରେକର୍ଡ କରିଛି। ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ୨,୪୭୮ ଜଣ ସଂଗରୋଧର ହୋଇଥିବାବେଳେ ୧,୭୯୨ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ସେହିପରି ଆଜି ରାଜ୍ୟରେ ଆଉ ୧୧ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ସର୍ବାଧିକ ୮୭୬ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୩୭୪, ପୁରୀରୁ ୨୮୭, ଜଗତସିଂହପୁରରୁ ୧୮୮, ବରଗଡ଼ରୁ ୧୮୩, ଯାଜପୁରରୁ ୧୬୨, ବାଲେଶ୍ୱରରୁ ୧୫୦, ଅନୁଗୁଳରୁ ୧୪୭, ମୟୂରଭଞ୍ଜରୁ ୧୩୧, ଝାରସୁଗୁଡ଼ାରୁ ୧୨୧, ନୂଆପଡ଼ାରୁ ୧୧୯, ସମ୍ବଲପୁରରୁ ୧୧୪, କେନ୍ଦ୍ରାପଡ଼ାରୁ ୯୯, ବଲାଙ୍ଗିରରୁ ୯୭, କେନ୍ଦୁଝରରୁ ୮୭, ନବରଙ୍ଗପୁରରୁ ୮୬, କୋରାପୁଟରୁ ୮୩, ରାୟଗଡ଼ାରୁ ୮୦, ସୋନପୁରରୁ ୭୪, କନ୍ଧମାଳରୁ ୭୩, ଗଞ୍ଜାମରୁ ୬୮, ମାଲକାନଗିରିରୁ ୬୪, ଢ଼େଙ୍କାନାଳରୁ ୬୩, ଗଜପତିରୁ ୫୮, ଭଦ୍ରକରୁ ୫୫, ନୟାଗଡ଼ରୁ ୪୭, କଳାହାଣ୍ଡିରୁ ୪୪, ସୁନ୍ଦରଗଡ଼ରୁ ୩୮, ବୌଦ୍ଧରୁ ୨୨ ଓ ଦେବଗଡ଼ରୁ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ୨୬୨ ଜଣ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୨,୯୨୦ରେ ପହଞ୍ଚିଛି। ସେଥିରୁ ୧,୨୫,୭୩୮ ଜଣ ସୁସ୍ଥ ହୋଇଥିବାବେଳେ ୩୬,୪୭୩ ଜଣ ସକ୍ରିୟ ଅଛନ୍ତି।

ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ପୁଣି ରାଜ୍ୟରେ ଆଉ ୧୧ କରୋନା ରୋଗୀଙ୍କ ପ୍ରାଣହାନି ହୋଇଛି। ଏହି ମୃତକଙ୍କ ମଧ୍ୟରେ ପୁରୀ ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ, ଖୋର୍ଦ୍ଧାରୁ ୨ ଜଣ ଓ କଳାହାଣ୍ଡି, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ଜରେ ଲେଖାଏଁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୫୬କୁ ବୃଦ୍ଧି ପାଇଛି।