ପୁଣି ‘ପିକେ’ ସାଜିବେ ଆମିର: ସାଥୀରେ ନଜର ଆସିବେ ରଣବୀର

ମୁମ୍ବାଇ: ୨୦୧୪ରେ ରାଜକୁମାର ହିରାନୀ ଓ ଆମିର ଖାନ୍ ଯୋଡ଼ିର ଦ୍ୱିତୀୟ ଫିଲ୍ମ ‘ପିକ୍’ ରିଲିଜ ହୋଇଥିଲା। ଆଉ ଏହା ଏକ ବ୍ଲକବଷ୍ଟର ଫିଲ୍ମରେ ପରିଣତ ହୋଇଥିଲା। ଫିଲ୍ମର ଶେଷରେ ଆମିର ପୃଥିବୀକୁ ଫେରିଥିଲେ ଓ ତାଙ୍କ ସହ ରଣବୀର କପୁର ନଜର ଆସିଥିଲେ। ଏହି ଶେଷ ଦୃଶ୍ୟକୁ ଦେଖି ଦର୍ଶକେ ଦୁହିଁଙ୍କୁ ଫିଲ୍ମର ଆଗାମୀ ଭାଗରେ ଦେଖିବାର ଇଚ୍ଛା ଜାହିର କରିଥିଲେ। ଆଉ ଏବେ ଏହି ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି କାହିଁକି ନା ଏହାକୁ ନେଇ ନିର୍ମାତା ବଦୁ ବିନୋଦ ଚପଡ଼ା ଏକ ବଡ଼ କଥା କହିଛନ୍ତି।

ବିଦୁ ବିନୋଦ ଚପ୍ରା କହିଛନ୍ତି ଯେ, ‘ଆମେ ଫିଲ୍ମର ଦ୍ୱିତୀୟ ଭାଗ ପ୍ରସ୍ତୁତ କରିବୁ। ଆମେ ଫିଲ୍ମର ପ୍ରଥମ ଭାଗରେ ରଣବୀର କପୁୁରଙ୍କ ଚରିତ୍ରକୁ ଗ୍ରହକୁ ଓହ୍ଲାଇବାର ଦୃଶ୍ୟ ଦେଖାଇଥିଲୁ। କାହାଣୀକୁ ଆଗକୁ ବଢ଼ାଇବା ପାଇଁ ହିଁ ଆମକୁ ରଣବୀରଙ୍କୁ ଦେଖାଇବାକୁ ପଡ଼ିଥିଲା। କିନ୍ତୁ ଲେଖକ ଅଭିଜିତ ଯୋଶୀ ଏପର୍ଯ୍ୟନ୍ତ ଏହାର କାହାଣୀ ଲେଖି ନାହାନ୍ତି। ସେଥିପାଇଁ ଯେଉଁଦିନ ସେ ସ୍କ୍ରିପ୍ଟ ଲେଖିଦେବେ ସେଦିନ ଆମେ ଫିଲ୍ମ ପ୍ରସ୍ତୁତି ଆରମ୍ଭ କରିଦେବୁ।’