ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା। ଜଟଣୀ ସ୍ଥିତ ବାସଭବନରେ ସେ ଶେଷ ନିସ୍ୱାଶ ତ୍ୟାଗ କରିଛନ୍ତି। ଘରେ ବସିଥିବା ବେଳେ ହୃଦଘାତ ହୋଇଥିଲା।  ଓଡିଆ ଫିଲ୍ମଜଗତରେ ଅନେକ ସୁପରହିଟ ଫିଲ୍ମର ନିର୍ଦ୍ଦେଶନ ଦେଇଛନ୍ତି ରାଜୁ ମିଶ୍ର । କେବଳ ଓଡିଆ ନୁହେଁ ଅନେକ ଭାଷାରେ ମଧ୍ୟ ଚଳଚ୍ଚିତ୍ର କରିଛନ୍ତି ରାଜୁ ମିଶ୍ର ।  ମମତା ମାଗେ ଫୁଲ, ସତ ମିଛ, ପୁଅ ମୋର କଳା ଠାକୁର, ସାଗର ଗଙ୍ଗା, ପଥର ଖସୁଛି ବଡଦେଉଳ ଆଦି ଅନେକ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ । ରାଜୁ ମିଶ୍ର ଏକାଧାରରେ ନିର୍ଦ୍ଦେଶନା ଓ ସିନେମାଟୋଗ୍ରାଫର ଭାବେ କାର୍ଯ୍ୟ ମଧ୍ୟ କରିଥାନ୍ତି ।  ୨୦୧୨ ମସିହାରେ ରାଜୁ ମିଶ୍ରଙ୍କୁ ଜୟଦେବ ପୁରସ୍କାର ମିଳିଥିଲା ।