୪୨ ଦିନର ସଂଘର୍ଷ ପରେ ଆଖି ବୁଜିଲେ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: କମେଡିୟାନ ରାଜୁ ଶ୍ରୀବାସ୍ତବ ଜୀବନ ମୃତ୍ୟୁ ସହ ୪୨ ଦିନ ସଂଘର୍ଷ କରି ଶେଷରେ ଆଖି ବୁଜି ଦେଇଛନ୍ତି । ଆଜି ସକାଳ ପ୍ରାୟ ୧୦ଟା ୧୫ ମିନିଟରେ ରାଜୁଙ୍କୁ ମୃତ ଘୋଷିତ କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ଆସନ୍ତାକାଲି ଦିଲ୍ଲୀରେ ରାଜୁଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ରାଜୁ ଶ୍ରୀବାସ୍ତବ ଅଗଷ୍ଟ ୧୦ରେ ଜିମରେ ୱାର୍କଆଉଟ କରୁଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ।