୧୫ ଦିନ ପରେ ଫେରିଲା ରାଜୁ ଶ୍ରୀବାସ୍ତବଙ୍କ ଚେତା

ନୂଆଦିଲ୍ଲୀ: କମେଡିୟାନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏମ୍ସ ହସ୍ପିଟାଲରୁ ବଡ଼ ଖବର ଆସିଛି । ପାଖାପାଖି ୧୫ ଦିନ ପରେ ଆଜି ରାଜୁଙ୍କ ଚେତା ଫେରିଛି । ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ଦିଲ୍ଲୀ ଏମ୍ସ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ କଡ଼ା ନଜର ରଖିଛନ୍ତି । ଏନେଇ ରାଜୁଙ୍କ ବ୍ୟକ୍ତିଗତ ସଚିବ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ରାଜୁ ଶ୍ରୀବାସ୍ତବ ଅଗଷ୍ଟ ୧୦ରେ ଜିମରେ ୱାର୍କଆଉଟ କରୁଥିବା ସମୟରେ ହୃଦଘାତର ଶିକାର ହୋଇଥିଲେ ।