ଜୁଲାଇ ୨୩ ପର୍ଯ୍ୟନ୍ତ ପୁଲିସ ରିମାଣ୍ଡରେ ରାଜ କୁନ୍ଦ୍ରା

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ ମାମଲାରେ ଜୁଲାଇ ୨୩ ପର୍ଯ୍ୟନ୍ତ ପୁଲିସ ରିମାଣ୍ଡରେ ପଠାଯାଇଛି। ଆଜି ମୁମ୍ବାଇ ପୁଲିସ କ୍ରାଇମ ବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କୁ କୋର୍ଟରେ ହାଜର କରିଥିଲା। ଶୁଣାଣୀ ସମୟରେ ଏହି ବ୍ୟବସାୟରୁ ଖୁବ୍ ଟଙ୍କା ରୋଜଗାର କରିଥିବା ନେଇ ରାଜ କହିଥିଲେ।

ସୂଚନାଯୋଗ୍ୟ, ଘଟଣାର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ରାଜଙ୍କ ମୋବଇଲ ସିଜ୍ କରିଦେଇଛି। ଏହି ମାମଲାରେ ପୁଲିସ  ପୂର୍ବରୁ ଆଉ କିଛି ଲୋକଙ୍କୁ ଗିରଫ କରିଥିବା ଜଣାପଡ଼ିଛି।