ନୂଆଦିଲ୍ଲୀ,ଏଜେନ୍ସି: ସୋମବାର ଦିନ ରାଜ୍ୟସଭା ଓ ଲୋକସଭାରେ କୃୃଷି ଆଇନକୁ ରଦ୍ଦ କରାଯାଇଥିବା ବେଳେ ଆଜି ଏଥିରେ ରାଷ୍ଟ୍ରପତି ମୋହର ମାରିଛନ୍ତି। ଏ ସମ୍ପର୍କରେ ସରକାରଙ୍କ ତରଫରୁ ସୂଚନା ଜାରି ଦିଆଯାଇଛି। ବର୍ତ୍ତମାନ ଏହାକୁ କୃଷି ଆଇନ ରଦ୍ଦ ୨୦୨୧ ବୋଲି କୁହାଯିବ।
କୃଷି ଆଇନକୁ ରଦ୍ଦ କରିବା ଓ ଏମଏସପି ଉପରେ ଆଇନ ତିଆରି କରିବା ପାଇଁ ବର୍ଷେକାଳ ଧରି ଚାଷୀ ମାନେ ଧାରଣାରେ ବସିରହିଥିଲେ।