ଲିଙ୍ଗରାଜରେ ଜାଗର ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲିଙ୍ଗରାଜରେ ଏଥର କରୋନା କଟକଣା ମଧ୍ୟରେ ଜାଗର ଯାତ୍ରା ପାଳିତ ହେବ। ସେଥିପାଇଁ ମନ୍ଦିରର ୩ ସେବାୟତ ନିଯୋଗଙ୍କ ସହ ପୁଲିସ ଓ ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୋଭିଡକୁ ଦୃଷ୍ଟିରେ ରଖି କିଭଳି ଶ୍ରଦ୍ଧାଳୁମାନେ ଶାନ୍ତି ଶୃଙ୍ଖଳାରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେନେଇ ଆଲୋଚନା ହୋଇଛି। ନିୟମ ଅନ୍ତର୍ଗତ ଭକ୍ତମାନେ ଦୀପ ଜାଳିବେ ବୋଲି ସ୍ଥିର ହୋଇଛି। ଏଥିସହିତ ଟ୍ରାଫିକ ବ୍ୟବସ୍ଥା ଓ ପୁଲିସ ମୁତୟନ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି। ରାତି ୧୦ଟାରେ ମହାଦ୍ୱୀପ ଉଠିବା ପରେ ଭକ୍ତମାନେ କିପରି ମନ୍ଦିରରୁ ବାହାରିବେ ସେନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି।