ମନୋଜ ମିଶ୍ରଙ୍କ ନାଁରେ ଏତଲା ଦେଲେ ‘ପ୍ରଥା’ ପ୍ରଯୋଜିକା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ‘ପ୍ରଥା’ ଚଳଚ୍ଚିତ୍ରର ପ୍ରଯୋଜିକା ସନଲିସା ପଟେଲ ଅଭିନେତା ମନୋଜ ମିଶ୍ର ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଅଭନଲାଇନ ମାଧ୍ୟମରେ ଝାରସୁଗୁଡ଼ା ଥାନାରେ ଏତଲା ଦେଇଛନ୍ତି । ଝାରସୁଗୁଡ଼ାର ଏକ ହଲରେ ‘ପ୍ରଥା’ ଫିଲ୍ମ ଚାଲିଥିବା ବେଳେ ଏହାର ପୋଷ୍ଟରକୁ ଚିରି ଦିଆଯାଇଛି । ଗତକାଲି ୧୫୦ରୁ ଅଧିକ ଲୋକ ଫିଲ୍ମ ଦେଖୁଥିବାବେଳେ କିଛି ବ୍ୟକ୍ତି ବାଇକରେ ପହଞ୍ଚି ଗଣ୍ଡଗୋଳ କରିଥିଲେ । ‘ପ୍ରଥା’ ଫିଲ୍ମ ବନ୍ଦ କରି ‘ମାଇଣ୍ଡଗେମ୍‌’ ଚଲାଇବାକୁ ଦାବୀ କରିଥିଲେ ବୋଲି ସନଲିସା ଅଭିଯୋଗ କରିଛନ୍ତି । ଏହାସହ ଉକ୍ତ ଘଟଣାରେ ସରକାର ହସ୍ତକ୍ଷେପ କରିବାକୁ ସନଲିସା ନିବେଦନ କରିଛନ୍ତି ।