ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଦ୍ୟୁତ୍ ପରିଚାଳନାଜନିତ କାର୍ଯ୍ୟ ଚାଲୁ ରହିଥିବା ହେତୁ ୩ଟି ଜିଲ୍ଲାରେ ବିଦ୍ୟୁତ୍ କାଟ୍ ହେବ। ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳର କିଛି ସ୍ଥାନରେ ସୋମବାର ଓ ମଙ୍ଗଳବାର ବିଦ୍ୟୁତ୍ ସେବା ବ୍ୟାହତ ହେବ। ସୋମବାର ଅର୍ଥାତ୍ ଆଜି ଭୁବନେଶ୍ୱର ବାରଙ୍ଗ, ରଘୁନାଥପୁର, ମାରୁତି ରେସିଡେନ୍ସି, ନନ୍ଦନକାନନ, ଜିଡିଏସ୍ ଟାୱାର ଓ ତାରେଣୀ ବିହାରରେ ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତି ବିଦ୍ୟୁତ୍ କାଟ୍ ହେବ।
ସେହିଭଳି କଟକ ଜିଲ୍ଲାର କେଶାପୁର, ବିଦ୍ୟାଧରପୁର, ଓଏସ୍ଏପି ଓ ଅପଣିଆ ଅଞ୍ଚଳରେ ମଧ୍ୟ ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତି ବିଦ୍ୟୁତ୍ ସେବା ବନ୍ଦ ରହିବ। ଢ଼େଙ୍କାନାଳ ଜିଲ୍ଲାର ସେକ୍ସେନ ଏରିଆରେ ସକାଳ ୯ଟାରୁ ଅପରାହ୍ଣ ୩ଟା ଓ କପିଳାସ, ଗଁଦିଆ, ଜୋରନ୍ଦା, ନିହାଲ ପ୍ରସାଦ, ଘାଟିକିିରି ଓ କରମୁଳା ଅଞ୍ଚଳରେ ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ହେବ। ତେବେ ଆସନ୍ତା ୨୪ ତାରିଖରେ ମଧ୍ୟ କିଛି ଅଞ୍ଚଳରେ ବିଦ୍ୟୁତ୍ ସେବା ବ୍ୟାହତ ହେବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି।
ମଙ୍ଗଳବାର କଟକର ଶୀଖରପୁରରେ ସକାଳ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ହେବ। ସେହିଭଳି ଢ଼େଙ୍କାନାଳ ଜିଲ୍ଲାର ସେକ୍ସେନ ୨ ଅଞ୍ଚଳରେ ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଓ ଘାଟିପୁରରେ ସକାଳ ୧୦ଟାର ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବ୍ୟାହତ ହେବ ନେଇ ସେସୁ ଘୋଷଣା କରିଛି।(ଦତ୍ତାତ୍ରେୟ)