ଭୁବନେଶ୍ୱରରେ ଆଜି ଆକ୍ରାନ୍ତ ଓ ସୁସ୍ଥ ସଂଖ୍ୟା ସମାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ପୁଣି ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ଜଣେ ଓ ସ୍ଥାନୀୟ ସଂକ୍ରମଣ ୫ଜଣ ରହିଛନ୍ତି। ଅନ୍ୟପଟେ ୬ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଆକ୍ରାନ୍ତ ଓ ସୁସ୍ଥ ସଂଖ୍ୟା ସମାନ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୬୨ ହୋଇଥିବାବେଳେ ୩୧ହଜାର ୬୨୧ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ୨୪୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୨ଜଣ ଚିକିତ୍ସିତ ହେଉଛନ୍ତି।