ଜାପାନର ପ୍ରମୁଖ ଉଦ୍ୟୋଗପତିଙ୍କୁ ଭେଟିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ରାଜଧାନୀ ଟୋକିଓ ପହଞ୍ଚିବା ପରେ ସେଠାକାର ପ୍ରମୁଖ ଉଦ୍ୟୋଗପତିଙ୍କ ସହ ଆଲୋଚନା କରିଛନ୍ତି । ଭାରତ ପାଇଁ ଜାପାନ ହେଉଛି ଏକ ମୁଖ୍ୟ ଆର୍ଥିକ ଏବଂ ରଣନୀତିକ ସହଯୋଗୀ । ଆଗାମୀ ୫ ବର୍ଷରେ ସରକାରୀ ଓ ଘରୋଇ ସଂସ୍ଥା ଜରିଆରେଭାରତରେ ୪୨ଅରବ ଡଲାର ନିବେଶ କରିବ ବୋଲି ନିକଟରେ ଜାପାନ ପ୍ରତିଶ୍ରୁତି ଦେଇଛି । ଜାପାନର ଏହି ଦିଗକୁ ସୁନିଶ୍ଚିତ କରିବା ହେଉଛି ଟୋକିଓ ପହଞ୍ଚିଥିବା ମୋଦୀଙ୍କ ଲକ୍ଷ୍ୟ । ଫଳରେ ଭାରତରେ ଉନ୍ନତିର ଇଞ୍ଜିନ ଦ୍ରୁତ ଗତିରେ ଆଗେଇ ଚାଲିବ ।

ଏହି ପରିପ୍ରେକ୍ଷୀରେ ମୋଦୀ ଆଜି ୪ଟି ବଡ଼ ଜାପାନୀ କମ୍ପାନୀର ପ୍ରମୁଖଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ସରକାରୀ ଓ ଘରୋଇ କ୍ଷେତ୍ରର ୩୪ ଜାପାନୀ କମ୍ପାନୀର ମୁଖିଆଙ୍କ ବିଜନେସ ରାଉଣ୍ଡ ଟେବୁଲକୁ ମଧ୍ୟ ଅଧ୍ୟକ୍ଷତା କରିଥିଲେ । ଜାପାନୀ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ଭାରତରେ ଜାପାନ ୱିକ ପାଳନ କରିବାକୁ ନେଇ ମଧ୍ୟ ମୋଦୀ ପ୍ରସ୍ତାବ ଦେଇଥିଲେ ।