ରାଉରକେଲାରେ ଉଦଘାଟିତ ହେଲା ପ୍ଲାଜମା ବ୍ୟାଙ୍କ

ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲା ଆଇଜିଏଚରେ ଆଜି ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି। ପଶ୍ଚିମ ଓଡିଶାରେ ଏହା ପ୍ରଥମ ପ୍ଲାଜମା ବ୍ୟାଙ୍କ ହୋଇଥିବାବେଳେ ରାଉରକେଲାରେ ରାଜ୍ୟର ତୃତୀୟ ପ୍ଲାଜମା ବ୍ୟାଙ୍କ ଖୋଲାଯାଇଛି। ଏହା ପୂର୍ବରୁ ରାଜ୍ୟରେ କଟକ ଏସସିବି ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଥିଲା।