କାଲି ପିପିଲି ଫଳାଫଳ: ଭୋଟ ଗଣତି ଲାଗି ପ୍ରସ୍ତୁତି ଶେଷ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲି ପିପିଲି ଉପନିର୍ବାଚନର ଭୋଟ ଗଣତି ହେବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି।

ସୂଚନାନୁସାରେ, ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବ। ପରେ ୮ଟା ୩୦ରୁ ଇଭିଏମ୍ ଗଣତି ହେବ। ୨ଟି ହଲରେ ଇଭିଏମ୍ ଓ ଗୋଟିଏ ହଲରେ ପୋଷ୍ଟାଲ ବାଲାଟ ଗଣତି କରାଯିବ। ଇଭିଏମ୍ ପାଇଁ ଗୋଟିଏ ହଲରେ ୭ଟି ଲେଖାଏଁ ୨ଟି ହଲରେ ୧୪ଟି ଟେବୁଲ ରହିବ। ଗଣତି କରିବା ପାଇଁ ମୋଟ ୬୨ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ଗଣତି ଟେବୁଲରେ ପ୍ରାର୍ଥୀ ନିଜ ଏଜେଣ୍ଟକୁ ରଖିପାରିବେ। ତେବେ ଯେତିକି ଲୋକ ଗଣତି ଟେବୁଲରେ ରହିବେ ସେମାନେ ଡବଲ ଡୋଜ୍ ଭ୍ୟାକ୍ସିନ ନେଇଥିବା ଦରକାର। ଗଣତି ଫଳାଫଳର ଭିଡିଓ କରାଯାଇ ବାହାରେ ବଡ଼ ସ୍କ୍ରିନରେ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ଲୋହାନୀ କହିଛନ୍ତି।