୪ ଦିନରେ ତୃତୀୟ ଥର ପାଇଁ ବଢିଲା ପେଟ୍ରୋଲ୍‌, ଡିଜେଲ୍ ଦର

ଭୁବନେଶ୍ବର/ନୂଆଦିଲ୍ଲୀ,ଏଜେନ୍ସି: ଗୋଟିଏ ଦିନର ବ୍ୟବଧାନ ପରେ ପୁଣି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢ଼ିଛି। ଲିଟର ପିଛା ୭୬ ପଇସାରୁ ୮୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଗତ ଚାରି ଦିନରେ ତୃତୀୟ ଥର ଦରବୃଦ୍ଧି ହୋଇଛି। ଏହାର ପୂର୍ବ ଦୁଇ ଦିନରେ ଦାମ୍ ୮୦ ପଇସା ଲେଖାଏଁ ବଢ଼ିଥିଲା। ଏଥିସହିତ ପେଟ୍ରୋଲ୍ ଓ ଡିଜେଲ୍‌ ମୂଲ୍ୟରେ ୨ ଟଙ୍କା ୪୦ ପଇସାର ବୃଦ୍ଧି ହେଲଣି।

ଦିଲ୍ଲୀରେ ପେଟ୍ରୋଲ ଲିଟର ୯୭.୮୧ରେ ପହଞ୍ଚିଥିବା ବେଳେ ଡିଜେଲ ୮୯.୦୭ରେ ପହଞ୍ଚିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ୧୧୨.୫୧ ଟଙ୍କା ଛୁଇଁଥିବା ବେଳେ ଡିଜେଲ ୯୬.୭୦ ଟଙ୍କାରେ ପହଞ୍ଚିଛି।ଚେନ୍ନାଇରେ ପେଟ୍ରୋଲ ଲିଟର ୧୦୩.୬୭ରେ ପହଞ୍ଚିଥିବା ବେଳେ ଡିଜେଲ ୯୩.୭୧ରେ, କୋଲକତାରେ ପେଟ୍ରୋଲ ଲିଟର ୧୦୬.୩୪ରେ ପହଞ୍ଚିଥିବା ବେଳେ ଡିଜେଲ ୯୧.୪୨ରେ ଏବଂ ଭୁବନେଶ୍ବରରେ ପେଟ୍ରୋଲ ଲିଟର ୧୦୪.୫୫ରେ ପହଞ୍ଚିଥିବା ବେଳେ ଡିଜେଲ ୯୪.୨୯ରେ ପହଞ୍ଚିଛି।