ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ

କେନ୍ଦୁଝର, ଏନ୍ଏନ୍ଏସ୍: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ ହୋଇଥିବା ଜଣାପଡ଼ିଛି। କେନ୍ଦୁଝର ଯାଇଥିବାବେଳେ ତାଙ୍କୁ ୪-୫ ଜଣ ଦୁର୍ବୃତ୍ତ ଆକ୍ରମଣ ଉଦ୍ୟମ କରିଥିଲେ। କେନ୍ଦୁଝର ଟାଉନଥାନା କାଶୀପୁର ନିକଟରେ ଦୁର୍ବୃତ୍ତମାନେ ତାଙ୍କ ଗାଡି ଅଟକାଇ ଥିଲେ । ଏହି ସମୟରେ ତାଙ୍କ ଡ୍ରାଇଭର ଓ ସୁରକ୍ଷାକର୍ମୀ ଆଗକୁ ଆସିବାରୁ ତାଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଟାଉନ ଥାନାରେ ଅଭିଯୋଗ ହୋଇଛି।