ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଭର୍ତ୍ତି ହେଲେ ପାର୍ଥ ଚାଟାର୍ଜୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ଏମ୍ସ ହସ୍ପିଟାଲରେ ଭର୍ତ୍ତି ହେଲେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ଆଜି ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତାରୁ ଆସିବା ପରେ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ପହଞ୍ଚିଥିଲେ । ପାର୍ଥଙ୍କ ସାହ ଏସ୍ଏସ୍‌କେଏମ୍‌ ହସ୍ପିଟାଲର ଏକ ଡାକ୍ତରୀ ଟିମ ଓ ତାଙ୍କ ଓକିଲ ମଧ୍ୟ ରହିଛନ୍ତି ।

ଆଜି ସ୍ବାସ୍ଥ୍ୟ ଯାଞ୍ଚ ପରେ ଭୁବନେଶ୍ବରରୁ ଭର୍ଚ୍ଚୁଆଲ ମାଧ୍ୟମରେ କୋଲକାତାର ଏକ କୋର୍ଟରେ ହାଜର ହେବେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ଦର୍ଶାଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ପାଇଁ ଅନୁମତି ପ୍ରଦାନ ପାଇଁ ଆବେଦନ କରିଥିଲେ ପାର୍ଥଙ୍କ ଓକିଲ । ଏହାପରେ କୋଲକାତା ହାଇକୋର୍ଟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ(ଇଡ଼ି) ଏନେଇ ନିର୍ଦ୍ଦେଶ ଦେଇଥିଲେ ।