ପହିଲାରୁ ଶ୍ରୀମନ୍ଦିର ପରିସରରେ ପାନ ଓ ଗୁଟଖା ନିଷେଧ

ପୁରୀ,ଏନ୍‌ଏନ୍‌ଏସ୍‌: ଶ୍ରୀମନ୍ଦିର ପରିସରରେ ପାନ ଓ ଗୁଟଖା ସମ୍ପୂର୍ଣର୍ ରୂପେ ନିଷେଧ କରାଯାଇଛି । ଏହି ନୂଆ ନିୟମ ଜାନୁଆରୀ ୧ ତାରିଖରୁ ଲାଗୁ ହେବ । ଏନେଇ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛନ୍ତି । ପାନ ଓ ଗୁଟଖା ପାଇଁ ଫାଇନ୍ ବ୍ୟବସ୍ଥା ଥିଲେ ବି କେହି ମାନୁନଥିବାରୁ ଏବେ ସଚେତନ କରାଯିବ । ଏହାସହ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କର୍ମଚାରୀଙ୍କୁ ବି ପାନ ଓ ଗୁଟଖା ମନା ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।