ବାଚସ୍ପତିଙ୍କୁ ବିରୋଧୀ ଫିଙ୍ଗିଲେ ଚପଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୋଡିୟମ ଉପରକୁ ବିରୋଧୀ ଚପଲ ଫିଙ୍ଗିଛନ୍ତି। ଏହାସହ ଇୟରଫୋନ ଓ କାଗଜ ମଧ୍ୟ ଫିଙ୍ଗା ଯାଇଥିବା ସୂଚନା ମିଳିଛି। କିନ୍ତୁ ଏସବୁ କିଏ ଫିଙ୍ଗିଛି ତାହା ସ୍ପଷ୍ଟ ହୋଇନାହିଁ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି।