ବୀର ସାବରକରଙ୍କ ଜନ୍ମ ଜୟନ୍ତୀରେ ତାଙ୍କ ଜୀବନୀ ଆଧାରିତ ଫିଲ୍ମ ପୋଷ୍ଟର ସେୟାର କଲେ ରଣଦୀପ୍‌ ହୁଡା

ମୁମ୍ବାଇ,ଏଜେନ୍ସି: ସ୍ବାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହିତ ତାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମର ଏକ ପୋଷ୍ଟର ରିଲିଜ କରିଛନ୍ତି ବଲିଉଡ ଅଭିନେତା ରଣଦୀପ୍‌ ହୁଡା। ’ସ୍ବତନ୍ତ୍ର ବୀର ସାବରକର’ ନାମରେ ଫିଲ୍ମଟି ନିର୍ମାଣ ହେଉଛି। ଏହି ଫିଲ୍ମରେ ରଣଦୀପ୍‌ ହୁଡା ବୀର ସାବରକରଙ୍କ ଚରିତ୍ରରେ ନଜର ଆସିବେ।
ଏହି ଫିଲ୍ମଟି ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କ ଜୀବନୀ ଉପରେ ଆଧାରିତ ହୋଇଛି।

ଏହି ଫିଲ୍ମର ପୋଷ୍ଟରକୁ ରଣଦୀପ୍ ସୋସିଆଲ ମିଡ଼ିଆରେ ସେୟାର କରି ଲେଖିଛନ୍ତି ଯେ, ଏହା ସେହି ହିରୋ ପ୍ରତି ଏକ ସମ୍ମାନ ଯିଏକି ସ୍ବାଧୀନତା ପାଇଁ ସଂଗ୍ରାମ କରିଥିଲେ। ମୁଁ ଆଶା କରୁଛି ଯେ ମୁଁ ଜଣେ ପ୍ରକୃତ ବିପ୍ଳବୀଙ୍କ ଏତେ ବଡ ଚରିତ୍ରକୁ ବଞ୍ଚାଇ ପାରିବି ଏବଂ ତାଙ୍କ ପ୍ରକୃତ କାହାଣୀରେ ତାଙ୍କ ଜୀବନୀକୁ ଯିଇଁବି। ଏଥିସହିତ ଏକ ଛୋଟ ଭିଡିଓ ସେୟାର କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।