ଗରିବ ପିଲା ପଢ଼ିପାରିବେ ଇଞ୍ଜିନିୟରିଂ, ୧୦ ପ୍ରତିଶତ ସଂରକ୍ଷିତ ରହିବ ସିଟ୍‌

ଭୁବନେଶ୍ବର,ଏନ୍ଏନ୍ଏସ୍: ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନରେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ ୧୦ ପ୍ରତିଶତ ସିଟ । ଏଥିଲାଗି ଅଲ ଇଣ୍ଡିଆ କାଉନସିଲ ଅଫ ଟେକ୍ନିକାଲ ଇଞ୍ଜିନିୟରିଂ ଦେଇଛି ଅନୁମୋଦନ । ଚଳିତ ଶିକ୍ଷା ବର୍ଷରୁ ଓଜେଇଇ ଏହାକୁ ଲାଗୁ କରିବ । ପରିବାରର ଆୟ ୮ଲକ୍ଷରୁ କମ ଓ ୫ ଏକରରୁ କମ ଜମି ଥିବା ଲୋକଙ୍କ ପିଲା ପାଇବେ ଏହି ସୁବିଧା ।

ପୂର୍ବରୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ ରହିଥିଲା । ଚଳିତ ଶିକ୍ଷାବର୍ଷରୁ ଅଲ୍‌ ଇଣ୍ଡିଆ କାଉନସିଲ୍ ଫର ଟେକନିକାଲ୍‌ ଏଜୁକେସନର (ଏଆଇସିଟିଇ) ଅନୁମୋଦନ କ୍ରମେ ଏହି ସଂରକ୍ଷଣ ଅନୁଯାୟୀ ଓଜେଇଇ କାଉନସେଲିଂ କରିବ । ନିୟମ ଅନୁଯାୟୀ ଯେଉଁ ଛାତ୍ରଛାତ୍ରୀ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି କିମ୍ବା ପଛୁଆ ବର୍ଗ କୋଟାରେ ଅନ୍ତର୍ଭୁକ୍ତ ଥିବେ ସେମାନେ ଏହି ସୁବିଧା ପାଇବେ ନାହିଁ ।

ଇଡବ୍ଲୁଏସ ପ୍ରମାଣପତ୍ର ପାଇଁ ଛାତ୍ରଛାତ୍ରୀଙ୍କୁ ତହସିଲ ଅଫିସରେ ଆବେଦନ କରିବାକୁ ପଡ଼ିବ । ତଥ୍ୟ ଯାଞ୍ଚ ପରେ ତହସିଲଦାର କିମ୍ବା ଅତିରିକ୍ତ ତହସିଲଦାର ପ୍ରମାଣପତ୍ର ପ୍ରଦାନ କରିବେ । କାଉନସେଲିଂ ଚାଲିଥିବା ବେଳେ ଇଡବ୍ଲୁଏସ୍ କୋଟା ଲାଗି ଛାତ୍ରଛାତ୍ରୀ ଆବେଦନ କରିବେ । ନାମଲେଖା ସମୟରେ ସେମାନଙ୍କୁ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି, “୨୦୨୨-୨୩ ଶିକ୍ଷାବର୍ଷରେ ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ଲାଗି କାଉନସେଲିଂ ଆରମ୍ଭ ହୋଇଯାଇଛି ।