Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମାଧୁରୀ’ର ଯତ୍ନ ଏବଂ ଭବିଷ୍ୟତ ସମ୍ପର୍କରେ ‘ବନ୍‌ତାରା’ ପକ୍ଷରୁ ଆଧିକାରିକ ବିବୃତି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମାଧୁରୀ’ର ଯତ୍ନ ଏବଂ ଭବିଷ୍ୟତ ସମ୍ପର୍କରେ ‘ବନ୍‌ତାରା’ ପକ୍ଷରୁ ଆଧିକାରିକ ବିବୃତି

ବନ୍‌ତାରା’ ଜୈନ ମଠ ଏବଂ କୋହ୍ଲାପୁରର ଲୋକଙ୍କ ପାଇଁ ମାଧୁରୀ’ର ଗଭୀର ଧାର୍ମିକ ଏବଂ ସାଂସ୍କୃତିକ ଗୁରୁତ୍ୱକୁ ସ୍ୱୀକାର କରୁଛନ୍ତି। ଦଶନ୍ଧି ଧରି, ସେ ଗଭୀର ଆଧ୍ୟାତ୍ମିକ ଅଭ୍ୟାସ ଏବଂ ସାମୁଦାୟିକ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ରହିଆସିଛି। ଆମେ ଭକ୍ତ, ଜୈନ ମଠର ନେତୃତ୍ୱ ଏବଂ କୋହ୍ଲାପୁରରେ ମାଧୁରୀ’ର ଉପସ୍ଥିତି ପ୍ରତି ସେମାନଙ୍କର ଚିନ୍ତା ଏବଂ ଆସକ୍ତି ପ୍ରକାଶ କରିଥିବା ବ୍ୟାପକ ସାମ୍ପ୍ରଦାୟିକ ଭାବନାକୁ ସ୍ୱୀକୃତି ଏବଂ ସମ୍ମାନ ଦେଉଛୁ।
ଏହି ମାମଲାରେ ବନ୍‌ତାରା’ର ସମ୍ପୃକ୍ତି ସୁପ୍ରିମକୋର୍ଟ ଏବଂ ବମ୍ବେ ହାଇକୋର୍ଟ ଦ୍ୱାରା ଜାରି କରାଯାଇଥିବା ବାଧ୍ୟତାମୂଳକ ନିର୍ଦ୍ଦେଶାବଳୀ ଅନୁଯାୟୀ କଠୋର ଭାବରେ କାର୍ଯ୍ୟ କରିବା ପର୍ଯ୍ୟନ୍ତ ସୀମିତ। ମାଧୁରୀ’କୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ନ୍ୟାୟିକ କର୍ତ୍ତୃପକ୍ଷ ଅଧୀନରେ ନିଆଯାଇଥିଲା, ଏବଂ ବନ୍‌ତାରା’ର ଭୂମିକା ଏକ ସ୍ୱାଧୀନ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ର ଭାବରେ ଯତ୍ନ, ପଶୁଚିକିତ୍ସା ସହାୟତା ଏବଂ ବାସସ୍ଥାନ ଯୋଗାଇବା ଦିଗରେ ଥିଲା। କୌଣସି ପର୍ଯ୍ୟାୟରେ ବନ୍‌ତାରା’ ସ୍ଥାନାନ୍ତର ଆରମ୍ଭ କିମ୍ବା ସୁପାରିଶ କରିନାହିଁ କିମ୍ବା ଧାର୍ମିକ ଅଭ୍ୟାସ କିମ୍ବା ଭାବନାରେ ହସ୍ତକ୍ଷେପ କରିବାର କୌଣସି ଉଦ୍ଦେଶ୍ୟ ଏହାର ନଥିଲା।

ଆଇନଗତ ଆଚରଣ, ଦାୟିତ୍ୱପୂର୍ଣ୍ଣ ପଶୁ ଯତ୍ନ ଏବଂ ସାମୁହିକ ସହଯୋଗ ପ୍ରତି ଆମର ପ୍ରତିବଦ୍ଧତା ସହିତ ସମନ୍ୱୟ ରଖି, ବନ୍‌ତାରା’ କୋର୍ଟରେ ଜୈନ ମଠ ଏବଂ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ମାଧୁରୀ’ର କୋହ୍ଲାପୁର ପ୍ରତ୍ୟାବର୍ତ୍ତନ ପାଇଁ ଆବେଦନକୁ ପୂର୍ଣ୍ଣ ସମର୍ଥନ କରିବ। କୋର୍ଟଙ୍କ ଅନୁମୋଦନ ଅନୁଯାୟୀ, ବନ୍‌ତାରା’ ଏହାର ନିରାପଦ ଏବଂ ସମ୍ମାନଜନକ ପ୍ରତ୍ୟାବର୍ତ୍ତନ ପାଇଁ ସମ୍ପୂର୍ଣ୍ଣ ବୈଷୟିକ ଏବଂ ପାରସ୍ପରିକ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ।

ଏତଦ୍‌ବ୍ୟତୀତ ବନ୍‌ତାରା’ କୋହ୍ଲାପୁରର ନନ୍ଦନୀ ଅଞ୍ଚଳରେ ମାଧୁରୀ’ ପାଇଁ ଏକ ସାଟେଲାଇଟ୍ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଜୈନ ମଠ ଏବଂ ରାଜ୍ୟ ସରକାରଙ୍କ ସହିତ ଘନିଷ୍ଠ ସମନ୍ୱୟରେ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଛି। ଉଚ୍ଚ-କ୍ଷମତାସମ୍ପନ୍ନ କମିଟିର ବିଶେଷଜ୍ଞଙ୍କ ସହିତ ପରାମର୍ଶ ଏବଂ ମଠର ସହମତି ପରେ, ହାତୀ ଯତ୍ନରେ ଅନ୍ତର୍ଜାତୀୟ ସର୍ବୋତ୍ତମ ଅଭ୍ୟାସ ସହିତ ସମନ୍ୱିତ ହେବା ପରେ, ପ୍ରତିଷ୍ଠିତ ପଶୁ କଲ୍ୟାଣ ନିର୍ଦ୍ଦେଶାବଳୀ ଅନୁସାରେ ପ୍ରସ୍ତାବିତ ସୁବିଧା ବିକଶିତ କରାଯିବ।

ପ୍ରସ୍ତାବିତ କେନ୍ଦ୍ରରେ ନିମ୍ନୋକ୍ତ ବ୍ୟବସ୍ଥା ଅନ୍ତର୍ଭୁକ୍ତ ହେବ:
– ଜଏଣ୍ଟ ଏବଂ ମାଂସପେଶୀ ସମସ୍ୟାର ଉପଶମ ପାଇଁ ସ୍ୱତନ୍ତ୍ର ହାଇଡ୍ରୋଥେରାପିଯୁକ୍ତ ପୋଖରୀ
– ପହଁରିବା ଏବଂ ପ୍ରାକୃତିକ ଗତିବିଧି ପାଇଁ ଦ୍ୱିତୀୟ, ବୃହତ୍ ଜଳାଶୟ
– ଶାରୀରିକ ପୁନର୍ବାସ ପାଇଁ ଲେଜର ଥେରାପି ଏବଂ ଚିକିତ୍ସା କକ୍ଷ
– ବିଶ୍ରାମ ଏବଂ ସୁରକ୍ଷା ପାଇଁ ଆଚ୍ଛାଦିତ ରାତ୍ରି ଆଶ୍ରୟସ୍ଥଳ
– ବିନା ଶିକୁଳି ଅପ୍ରତିବନ୍ଧିତ ଗତିବିଧି ପାଇଁ ଘୋଡ଼ଣିଯୁକ୍ତ ଖୋଲା ସ୍ଥାନ ବାସସ୍ଥଳୀ
– ପରିବେଶଗତ ସମୃଦ୍ଧି ଏବଂ ପ୍ରାକୃତିକ ଆଚରଣ ପାଇଁ ବାଲି ଗର୍ତ୍ତ
– ୨୪ ଘଣ୍ଟିଆ ଚିକିତ୍ସା ସେବା ପାଇଁ ସମ୍ପୂର୍ଣ୍ଣ ସୁସଜ୍ଜିତ ସ୍ଥାନରେ ପଶୁଚିକିତ୍ସା କ୍ଲିନିକ୍‌
– ନିରାପଦ ଏବଂ ଆରାମଦାୟକ ବିଶ୍ରାମ ପାଇଁ ରବରଯୁକ୍ତ ଫ୍ଲୋରିଂ ପ୍ଲାଟଫର୍ମ
– ଢାଲୁ ବିଶ୍ରାମ ସ୍ଥାନକୁ ସମର୍ଥନ କରିବା ପାଇଁ ଯତ୍ନର ସହିତ ଗଠିତ ନରମ ବାଲିର ଢିପ, ପାଦ ପଚିବାରୁ ଆରୋଗ୍ୟ କରିବାରେ ସାହାଯ୍ୟ କରିବା, ଆଣ୍ଠୁଗଣ୍ଠି ଯନ୍ତ୍ରଣା ତଥା ଅସ୍ଥି ଖଞ୍ଜା ଉପରେ ଚାପ ହ୍ରାସ କରିବା

ପ୍ରସ୍ତାବିତ ସୁବିଧା ପାଇଁ ଜମି ଜୈନ ମଠ ଏବଂ ମହାରାଷ୍ଟ୍ର ସରକାରଙ୍କ ସହିତ ପରାମର୍ଶ କରି ଚିହ୍ନଟ କରାଯିବ। ଆବଶ୍ୟକୀୟ ଅନୁଦାନ ଏବଂ ଅନୁମତି ପାଇବା ପରେ ବନତାରା’ର ବିଶେଷଜ୍ଞ ଦଳ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହିତ ଘନିଷ୍ଠ ସମନ୍ୱୟରେ କାର୍ଯ୍ୟାନ୍ୱୟନ ଆରମ୍ଭ କରିବାକୁ ପ୍ରସ୍ତୁତ।

ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଏହି ପ୍ରସ୍ତାବ କେବଳ କୋର୍ଟ ଦ୍ୱାରା ମାଧୁରୀ’ର ଯତ୍ନ ଏବଂ ସମ୍ପର୍କରେ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ଜାରି କରାଯାଇଥିବା ଯେକୌଣସି ନିର୍ଦ୍ଦେଶକୁ ପାଳନ ଏବଂ ସହଜ କରିବା ପାଇଁ ଉପସ୍ଥାପନ କରାଯାଇଛି। ଏହା ବନ୍‌ତାରା’ର କୌଣସି କ୍ରେଡିଟ୍ କିମ୍ବା ସ୍ୱୀକୃତି ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା ଏକ ସୁପାରିଶ, କୌଣସି ବାଧ୍ୟତାମୂଳକ କିମ୍ବା ପ୍ରବର୍ତ୍ତିତ ସର୍ତ୍ତ ନୁହେଁ। କୋର୍ଟଙ୍କ ଚୂଡ଼ାନ୍ତ ନିର୍ଦ୍ଦେଶ ଅନୁଯାୟୀ ଜୈନ ମଠ ଯେଉଁ ବିକଳ୍ପ ପ୍ରସ୍ତାବ ଦେବାକୁ ଚାହାଁନ୍ତି, ଆମେ ତାହା ପ୍ରତି ସମ୍ପୂର୍ଣ୍ଣ ଖୋଲା ଏବଂ ସମ୍ମାନଶୀଳ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହୋଇଥିବା ସତ୍ତ୍ୱେ, ଯଦି ଆମର ସମ୍ପୃକ୍ତି ଜୈନ ସମ୍ପ୍ରଦାୟ କିମ୍ବା କୋହ୍ଲାପୁରର ଲୋକମାନଙ୍କୁ କୌଣସି କଷ୍ଟ ଦେଇଥାଏ, ତେବେ ଆମେ ଆନ୍ତରିକ ଦୁଃଖ ପ୍ରକାଶ କରୁଛୁ। ମିଚ୍‌ଚ୍ଛାମୀ ଦୁକ୍କଡମ୍‌୍ – ଯଦି କୌଣସି ଭାବନା, ଶବ୍ଦ କିମ୍ବା ଆଚରଣ ଦ୍ୱାରା ଜାଣତରେ କିମ୍ବା ଅଜାଣତରେ କେହି ଆଘାତ ପାଇଥାନ୍ତି ତେବେ ଏଥିପାଇଁ ଆପଣଙ୍କଠାରୁ କ୍ଷମା ପ୍ରାର୍ଥନା କରୁଛୁ। ବନ୍‌ତାରା’ ସମଗ୍ର ଭାରତରେ ପ୍ରାଣୀ କଲ୍ୟାଣ, ସାଂସ୍ଥାଗତ ଅଖଣ୍ଡତା ଏବଂ ସମ୍ପ୍ରଦାୟ ସହିତ ସମ୍ମାନଜନକ ସମ୍ପର୍କର ସର୍ବୋଚ୍ଚ ମାନଦଣ୍ଡ ପ୍ରତି ପ୍ରତିବଦ୍ଧ। ଆମର ପ୍ରୟାସ ଆଇନଗତ ଆଚରଣ, ସ୍ୱଚ୍ଛତା ଏବଂ ଆମ ଯତ୍ନରେ ନ୍ୟସ୍ତ ପ୍ରାଣୀଙ୍କ ମଙ୍ଗଳକୁ ପ୍ରାଥମିକତା ଦେବା ଜାରି ରଖିବ।

ଆସନ୍ତୁ ସବୁକିଛି ପରେ ମାଧୁରୀ ପ୍ରତି ପ୍ରେମ ମନୋଭାବ ରଖିବା ପୂର୍ବକ ବିରୋଧରେ ନୁହେଁ ବରଂ ଏକତାର ସହ ଆଗକୁ ବଢ଼ିବା।

ମିଚ୍‌ଚ୍ଛାମୀ ଦୁକ୍କଡମ୍‌.
ସହୃଦୟ ସମ୍ମାନ ସହ
ଟିମ୍ ବନ୍‌ତାରା