ଘୂର୍ଣ୍ଣିଝଡ଼ ଅମ୍ଫାନ ପାଇଁ ଆସନ୍ତା ୧୮ ପର୍ଯ୍ୟନ୍ତ ଓଡ଼ିଶାକୁ ସମସ୍ତ ପ୍ରବାସୀଙ୍କ ଟ୍ରେନ ବାତିଲ ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରୁ କରୋନା ସଂକଟ ଯାଇନଥିବା ବେଳେ ଆଉ ଏକ ସଂକଟ ଅସୁଛି। ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୩ ଦିନ ଭିତରେ ରାଜ୍ୟକୁ ଆସିବାକୁ ଥିବା ସମସ୍ତ ପ୍ରବାସୀ ଟ୍ରେନକୁ ବାତିଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

ସୂଚନା ଅନୁସାରେ ବାତ୍ୟାରେ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଗଞ୍ଜାମ ଜିଲ୍ଲା ଅଧିକ କ୍ଷତି ହେବାର ଥିବା ଆଶଙ୍କା କରାଯାଇଛି। ଏ ନେଇ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ନିକଟରେ ଆସନ୍ତା ୧୮ ତାରିଖ ଭିତରେ ରାଜ୍ୟକୁ ଆସିବାକୁଥିବା ସମସ୍ତ ପ୍ରବାସୀଙ୍କ ଟ୍ରେନକୁ ବାତିଲ କରିବା ପାଇଁ ଚିଠି ଲେଖିଛନ୍ତି। ଏ ନେଇ ଓଡ଼ିଶା ସାଇକ୍ଲୋନିକ୍ ଷ୍ଟ୍ରମ ଅମ୍ଫାନ ସ୍ୱତନ୍ତ୍ର ରିଲିଫ୍ କମିଶନର ପିକେ ଜେନା ସୂଚନା ଦେଇଛନ୍ତି। ତେବେ ଏହି ବିପଦର ମୁକାବିଲା ପାଇଁ ଅନେକ ଲୋକଙ୍କ ଆବଶ୍ୟକ ରହିଛି।

ଏଥିସହ ସେ କହିଛନ୍ତି ଯେ ରାଜ୍ୟ ସରକାର ଏହି ସଂକଟର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏ ନେଇ ଏନଡିଆରଏଫ୍ ଟିମ୍, ଅଗ୍ନିସମ ବାହିନୀ, ପାନୟ ଜଳର ବ୍ୟବସ୍ଥା ଓ ରୋଡ ସଫା କରିବା ପାଇଁ ବ୍ୟାପକ ଲୋକ ଆବଶ୍ୟକ ହେବେ। ତେବେ ଆସନ୍ତା ୧୨ ଘଣ୍ଟା ଭିତରେ ରାଜ୍ୟରେ ଏହି ବ୍ୟାତ୍ୟାର ପ୍ରଭାବ ଦେଖାଯିବା ନେଇ ଆଇଏମଡ଼ି ପକ୍ଷରୁ ସୂଚନା ମିଳିଥିବା ବେଳେ ୧୮ ତାରିଖ ସକାଳୁ ରାଜ୍ୟରେ ପବନର ବେଗ ବଢ଼ିବାର ଆକଳନ କରାଯାଇଥିବା ସୂଚନା ଦେଇଛନ୍ତି।