Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଓଡ଼ିଶା ପ୍ରାକୃତିକ ସାଧନର ଭଣ୍ଡାର: ଦକ୍ଷିଣକୋରିଆ ରାଷ୍ଟ୍ରଦୂତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଓଡ଼ିଶା ପ୍ରାକୃତିକ ସାଧନର ଭଣ୍ଡାର: ଦକ୍ଷିଣକୋରିଆ ରାଷ୍ଟ୍ରଦୂତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ହେଉଛି ପ୍ରକୃତିକ ସାଧନର ଭଣ୍ଡାର। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଦକ୍ଷିଣ କୋରିଆ ସହିତବନ୍ଧୁତ୍ୱ ପୂର୍ଣ୍ଣ ସମ୍ପର୍କ ଦୃଢ ହୋଇପାରିବ। ପ୍ରକୃତିକ ସମ୍ବଳ କ୍ଷେତ୍ରରେ ଓଡ଼ିଶା ଭାରତର ଏକ ଅଗ୍ରଣୀ ରାଜ୍ୟ। ତେଣୁ କୋରିଆ ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ବିନିଯୋଗ କରିବାରେ ବିଶ୍ୱ ଦରବାରରେ ରାଜ୍ୟର ପରିଚୟକୁ ଦୃଢ କରିବାକୁ ଆଶାବାଦୀ ଅଛି। ଦକ୍ଷିଣକୋରିଆ ରାଷ୍ଟ୍ରଦୂତ ସିନବଙ୍ଗ କିଲଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଦକ୍ଷିଣକୋରିଆ ରାଷ୍ଟ୍ରଦୂତ କହିଛନ୍ତି, ୨୦୦୫ରେ ପୋସ୍କୋ ଓଡ଼ିଶାରେ ୫୨ ହଜାର କୋଟି ଟଙ୍କା ବିନିଯୋଗରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲା। ଏତେ ବଡ ବୈଦେଶୀକ ପୁଞ୍ଜିନିବେଶ ଏଯାବତ ଦେଶରେ ହୋଇପାରିନାହିଁ। ଏହି ପ୍ରତିଶ୍ରୁତି ପୂରଣ ହୋଇଥିଲେ କୋରିଆ ଇତିହାସରେ ଏହା ସର୍ବକାଳୀନ ଶ୍ରେଷ୍ଠ ବୈଦେଶିକ ପୁଞ୍ଜି ନିବେଶ ହୋଇଥାନ୍ତା।

ତେବେ ବିଭିନ୍ନ କାରଣ ଦୃଷ୍ଟିରୁ ଏହି ପୁଞ୍ଜି ନିବେଶ ଓଡ଼ିଶାରେ ସଫଳ ହୋଇପାରିନଥିଲା। ତେଣୁ ପୋସ୍କୋର ବିଫଳତାରୁ ଶିକ୍ଷାଲାଭ କରି ଆଉ ଥରେ ଓଡ଼ିଶାରେ ନୂଆ ପୁଞ୍ଜି ନିବେଶ କରିବା ଦିଗରେ କୋରିଆ ଆଗ୍ରହୀ ବୋଲି ଦକ୍ଷିଣକୋରିଆ ରାଷ୍ଟ୍ରଦୂତ କହିଥିଲେ।