କଠୋର ହେଲେ ସରକାର : ପୁରା ଓଡ଼ିଶା ଲକ୍‌ଡାଉନ

ଭୁବନେଶ୍ଵର : କରୋନା ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ଡାଉନ କରିଛନ୍ତି। ଅର୍ଥାତ୍‌ ପୂରା ୩୦ ଜିଲାରେ ତାଲା ବନ୍ଦ । ପୂର୍ବରୁ ୧୪ଟି ଜିଲାକୁ ଲକ୍‌ଡାଉନ କରାଯାଇଥିବାବେଳେ ମଙ୍ଗଳବାର ଆଉ ୧୬ ଜିଲାରେ ଏହାକୁ ଲାଗୁ କରାଯାଇଛି । ମଙ୍ଗଳବାର ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଜି ମଧ୍ୟରାତ୍ରିରୁ ଆସନ୍ତା ୨୯ ତାରିଖ ମଧ୍ୟରାତ୍ରି ଯାଏ ରାଜ୍ୟରେ ଲାକ୍‌ଡାଉନ ବଳବତ୍ତର ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ହେଉଥିବା ​ଦୋକାନଗୁଡ଼ିକୁ ବାଦ୍‌ ଦେଲେ ଅନ୍ୟ କୌଣସି ଦୋକାଦ ଖୋଲିବ ନାହିଁ ବୋଲି ସରକାର ନିର୍ଦେଶ ଦେଇଛନ୍ତି । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି ।