Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କ୍ୟାବିନେଟ ନିଷ୍ପତ୍ତି, ସୃଷ୍ଟି ହେବ ଓଆର୍‌ଏସ୍‌ କ୍ୟାଡରରେ ୧୯୮ଟି ଅଧିକ ପଦବୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କ୍ୟାବିନେଟ ନିଷ୍ପତ୍ତି, ସୃଷ୍ଟି ହେବ ଓଆର୍‌ଏସ୍‌ କ୍ୟାଡରରେ ୧୯୮ଟି ଅଧିକ ପଦବୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ଓଡିଶା ରାଜସ୍ବ ସେବା କ୍ୟାଡର(ଓଆର୍‌ଏସ୍‌)ରେ ବଢିବ ଅଧିକ ପଦବୀ । ୧୯୮ ଅଧିକ ପଦବୀ ସୃଷ୍ଟି ଲାଗି ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛି । ଫଳରେ ଜିଲ୍ଲା ସ୍ତରରେ ଖାଲି ପଡିଥିବା ଓଆର୍‌ଏସ୍‌ ଅଧିକାରୀ ପଦ ପୂରଣ ହୋଇପାରିବ । ଓଡିଶା ରାଜସ୍ବ ସେବା (ଓଆର୍‌ଏସ୍‌) (ଗୃପ୍‌-ବି) କ୍ୟାଡର ପଦବୀ ସଂଖ୍ୟା ୧୦୯୨ ହୋଇଛିବା ବେଳେ ସେଥିମଧ୍ୟରୁ ୭୯ ଟି ପଦବୀ ଛୁଟି, ଡେପୁଟେସନ୍ ଓ ଟ୍ରେନିଂ ରିଜର୍ଭ ଅଧୀନରେ ଅଛି ।

ବିଭିନ୍ନ ବିଭାଗ, ସରକାରୀ ଏଜେନ୍ସି ଓ ସ୍ବୟଂଶାସିତ ସଂସ୍ଥା ଗୁଡ଼ିକର ଆବଶ୍ୟକତା ଅନୁଯାୟୀ ଉକ୍ତ ପଦବୀରୁ ସେମାନଙ୍କୁ ସେବା ଯୋଗାଇବା ପର୍ଯ୍ୟାପ୍ତ ନୁହେଁ । ଏହା ବ୍ୟତୀତ ଲଘୁ ଖଣିଜ ପୂର୍ଣ ସମ୍ବେଦନଶୀଳ ତହସିଲ, ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟାଳୟ, ପଞ୍ଜୀକରଣ କାର୍ଯ୍ୟାଳୟ, ରାଜସ୍ୱ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ (ଆର୍‌ଆଇଟିଆଇ), ଭୁବନେଶ୍ବର ଏବଂ ରାଜସ୍ବ ବୋର୍ଡ କଟକ ପାଇଁ ବିଭାଗରେ ଅତିରିକ୍ତ ପଦବୀର ଆବଶ୍ୟକତା ରହିଛି । ଉପରୋକ୍ତ ଆବଶ୍ୟକତା ପୂରଣ କରିବା ପାଇଁ ୧୦୯୨ ପଦବୀ ବ୍ୟତୀତ ଓଆର୍‌ଏସ୍‌ କ୍ୟାଡରରେ ୧୯୮ ଟି ଅଧିକ ପଦବୀ ସୃଷ୍ଟି ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଅଧିକ ପଦବୀ ସୃଷ୍ଟି ପରେ କ୍ୟାଡର ମୋଟ ପଦବୀ ସଂଖ୍ୟା ୧୨୯୦ କୁ ବୃଦ୍ଧି ହେବ ।

ବିଭାଗ———————————————————————————–ପଦବୀ
ଅତ୍ୟଧିକ ସଂମ୍ବେଦନଶୀଳ ଲଘୁ ଖଣିଜ ପୂର୍ଣ୍ଣ ତହସିଲ ନିମନ୍ତେ ଅତିରିକ୍ତ ତହସିଲଦାର (ଏନଫୋର୍ସମେଣ୍ଟ) ପଦବୀ—-୩୨
ସହକାରୀ ବନ୍ଦୋବସ୍ତ ଅଧିକାରୀ/ ସହକାରୀ ଚକବନ୍ଦୀ ଅଧିକାରୀ——————————————–୫
ସହ ନିବନ୍ଧକ———————————————————————————-୩୦
କୋର୍ଟ ଅଫିସର, ରାଜସ୍ବ ବୋର୍ଡ, କଟକ————————————————————-୧୧
ସହାକାରୀ ନିର୍ଦେଶକ, ରାଜସ୍ବ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ (RITI), ଭୁବନେଶ୍ବର—————————–୦୨
ଛୁଟି, ଡେପୁଟେସନ୍ ଓ ଟ୍ରେନିଂ ରିଜର୍ଭ ————————————————————-୧୧୮