କ୍ୟାବିନେଟ ନିଷ୍ପତ୍ତି, ସୃଷ୍ଟି ହେବ ଓଆର୍‌ଏସ୍‌ କ୍ୟାଡରରେ ୧୯୮ଟି ଅଧିକ ପଦବୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ଓଡିଶା ରାଜସ୍ବ ସେବା କ୍ୟାଡର(ଓଆର୍‌ଏସ୍‌)ରେ ବଢିବ ଅଧିକ ପଦବୀ । ୧୯୮ ଅଧିକ ପଦବୀ ସୃଷ୍ଟି ଲାଗି ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛି । ଫଳରେ ଜିଲ୍ଲା ସ୍ତରରେ ଖାଲି ପଡିଥିବା ଓଆର୍‌ଏସ୍‌ ଅଧିକାରୀ ପଦ ପୂରଣ ହୋଇପାରିବ । ଓଡିଶା ରାଜସ୍ବ ସେବା (ଓଆର୍‌ଏସ୍‌) (ଗୃପ୍‌-ବି) କ୍ୟାଡର ପଦବୀ ସଂଖ୍ୟା ୧୦୯୨ ହୋଇଛିବା ବେଳେ ସେଥିମଧ୍ୟରୁ ୭୯ ଟି ପଦବୀ ଛୁଟି, ଡେପୁଟେସନ୍ ଓ ଟ୍ରେନିଂ ରିଜର୍ଭ ଅଧୀନରେ ଅଛି ।

ବିଭିନ୍ନ ବିଭାଗ, ସରକାରୀ ଏଜେନ୍ସି ଓ ସ୍ବୟଂଶାସିତ ସଂସ୍ଥା ଗୁଡ଼ିକର ଆବଶ୍ୟକତା ଅନୁଯାୟୀ ଉକ୍ତ ପଦବୀରୁ ସେମାନଙ୍କୁ ସେବା ଯୋଗାଇବା ପର୍ଯ୍ୟାପ୍ତ ନୁହେଁ । ଏହା ବ୍ୟତୀତ ଲଘୁ ଖଣିଜ ପୂର୍ଣ ସମ୍ବେଦନଶୀଳ ତହସିଲ, ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟାଳୟ, ପଞ୍ଜୀକରଣ କାର୍ଯ୍ୟାଳୟ, ରାଜସ୍ୱ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ (ଆର୍‌ଆଇଟିଆଇ), ଭୁବନେଶ୍ବର ଏବଂ ରାଜସ୍ବ ବୋର୍ଡ କଟକ ପାଇଁ ବିଭାଗରେ ଅତିରିକ୍ତ ପଦବୀର ଆବଶ୍ୟକତା ରହିଛି । ଉପରୋକ୍ତ ଆବଶ୍ୟକତା ପୂରଣ କରିବା ପାଇଁ ୧୦୯୨ ପଦବୀ ବ୍ୟତୀତ ଓଆର୍‌ଏସ୍‌ କ୍ୟାଡରରେ ୧୯୮ ଟି ଅଧିକ ପଦବୀ ସୃଷ୍ଟି ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଅଧିକ ପଦବୀ ସୃଷ୍ଟି ପରେ କ୍ୟାଡର ମୋଟ ପଦବୀ ସଂଖ୍ୟା ୧୨୯୦ କୁ ବୃଦ୍ଧି ହେବ ।

ବିଭାଗ———————————————————————————–ପଦବୀ
ଅତ୍ୟଧିକ ସଂମ୍ବେଦନଶୀଳ ଲଘୁ ଖଣିଜ ପୂର୍ଣ୍ଣ ତହସିଲ ନିମନ୍ତେ ଅତିରିକ୍ତ ତହସିଲଦାର (ଏନଫୋର୍ସମେଣ୍ଟ) ପଦବୀ—-୩୨
ସହକାରୀ ବନ୍ଦୋବସ୍ତ ଅଧିକାରୀ/ ସହକାରୀ ଚକବନ୍ଦୀ ଅଧିକାରୀ——————————————–୫
ସହ ନିବନ୍ଧକ———————————————————————————-୩୦
କୋର୍ଟ ଅଫିସର, ରାଜସ୍ବ ବୋର୍ଡ, କଟକ————————————————————-୧୧
ସହାକାରୀ ନିର୍ଦେଶକ, ରାଜସ୍ବ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ (RITI), ଭୁବନେଶ୍ବର—————————–୦୨
ଛୁଟି, ଡେପୁଟେସନ୍ ଓ ଟ୍ରେନିଂ ରିଜର୍ଭ ————————————————————-୧୧୮