Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଗଗନାୟନରେ ମହାକାଶକୁ ଯିବେ ଓଡ଼ିଆ ପୁଅ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଗଗନାୟନରେ ମହାକାଶକୁ ଯିବେ ଓଡ଼ିଆ ପୁଅ

ବଲାଙ୍ଗୀର,ଏନ୍ଏନ୍ଏସ୍: ଓଡିଶା ତଥା ବଲାଙ୍ଗୀର ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ଭାରତୀୟ ବାୟୁସେନାରେ କାର୍ଯ୍ୟରତ ବଲାଙ୍ଗୀରର ନିଖିଳ ରଥ। ଗଗନାୟନରେ ମହାକାଶକୁ ଯିବାପାଇଁ ନିଖିଳଙ୍କୁ ଚୟନ କରାଯାଇଛି। ସୂଚନାଯୋଗ୍ୟ ଯେ, ଭାରତୀୟ ମହାକାଶ ଗବେଷଣା ଏକ ତିନିଜଣ ମାନବ ରହିତ ସ୍ପେସକ୍ରାପ୍ଟ ୨୦୨୨ ସୁଦ୍ଧା ମହାକାଶକୁ ପ୍ରେରଣ କରିବା ପାଇଁ ପ୍ରସ୍ତୁତି ଚଳାଇଛି।

ଏ ସମ୍ପର୍କରେ ୨୦୧୮ ମସିହା ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଏହି ମାନବ ରହିତ ସ୍ପେସକ୍ରାପ୍ଟକୁ ଗଗନାୟନ ମିଶନ ଭାବେ ଅବିହିତ କରାଯାଇଛି । ସମ୍ପୂର୍ଣ୍ଣ ଦେଶୀୟ ଜ୍ଞାନ କୌଶଳରେ ନିର୍ମିତ ଏହି ସ୍ପେସକ୍ରାପ୍ଟ ଅନ୍ତରୀକ୍ଷକୁ ଯିବ। ତେବେ ଇତି ମଧ୍ୟରେ ଗଗନାୟନରେ ଯିବାକୁ ଥିବା ମହାକାଶଚାରୀଙ୍କ ଚୟନ ପ୍ରକ୍ରିୟା ବାୟୁସେନା ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ଚୟନ ପ୍ରକ୍ରିୟାରେ ବାୟୁସେନାରେ କାର୍ଯ୍ୟରତ ୱିଙ୍ଗସ କମାଣ୍ଡର ତଥା ଫାଇଟର ପାଇଲଟ ନିଖିଳ ରଥଙ୍କୁ ଚୟନ କରାଯାଇଛି।

ନିଖିଳ ହେଉଛନ୍ତି ବଲାଙ୍ଗୀର ସହରର ସୁପ୍ରତିଷ୍ଠିତ ବ୍ୟବସାୟୀ ତଥା ରାଜନେତା ଅଶୋକ ରଥ ଓ ରାଜ୍ୟ ମହିଳା କମିଶନ ସଦସ୍ୟା କୁସୁମ ରଥଙ୍କ ପୁତ୍ର । ନିଖିଳ ହିନ୍ଦୁ କଲେଜରେ ପଢୁଥିବା ସମୟରେ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପ୍ରବେଶିକା ପରୀକ୍ଷାରେ ପାସ ହୋଇ ସେଠାରେ ନାମ ଲେଖାଇଥିଲେ । ୨୦୦୩ ମସିହାରେ ସେ ସଫଳତାର ସହିତ ଏନଡିଏରୁ ଉତ୍ତୀର୍ଣ୍ଣ ହୋଇଥିଲେ । ଏନଡିଏରୁ ଉତ୍ତୀର୍ଣ୍ଣ ହେବାପରେ ସେ ବାୟୁସେନାରେ ଯୋଗଦେଇଥିଲେ ।

ବର୍ତ୍ତମାନ ନିଖିଳ ବାୟୁସେନାର ଫାଇଟର ପାଇଲଟ ୱିଙ୍ଗସ କମାଣ୍ଡର ଭାବେ ଅବସ୍ଥାପିତ ଅଛନ୍ତି । ପ୍ରଥମ ପର୍ଯ୍ୟାୟ ଚୟନ ପ୍ରକ୍ରିୟାରେ ମହାକାଶକୁ ଯିବା ପାଇଁ ତାଙ୍କୁ ମନୋନୀତ କରାଯାଇଛି । ଏ ନେଇ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ତରଫରୁ ଏହି ସୂଚନା ପ୍ରଦାନ କରାଯାଇଛି । ଏହି ଚୟନ ପ୍ରକ୍ରିୟା ବାଙ୍ଗାଲୋର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଏରୋସ୍ପେସ ମେଡିସିନ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଚୟନ ପ୍ରକ୍ରିୟା ଅତ୍ୟନ୍ତ କଠିନ ଥିବା ଜଣାପଡିଛି । ଶାରୀରିକ ପରୀକ୍ଷା, ଲ୍ୟାବ ଇନଭେଷ୍ଟିଗେସନ, ରେଡିଓଲୋଜି, କ୍ଳିନିକାଲ ଟେଷ୍ଟ ଓ ମନୋବୈଜ୍ଞାନିକ ପରୀକ୍ଷା କରାଯାଇଛି। ଚଳିତ ବର୍ଷ ମେ ରେ ଭାରତୀୟ ବାୟୁସେନା ଓ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସେହି ଚୁକ୍ତି ଅନୁଯାୟୀ ଗଗନାୟନ ପାଇଁ ମହାକାଶଚାରୀ ଚୟନ କରାଯାଇଥିବା ବେଳେ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯିବ ।

୨୦୨୨ ସୁଦ୍ଧା ମହାକାଶଚାରୀଙ୍କୁ ନେଇ ଏହି ଗଗନୟାନ ଅନ୍ତରୀକ୍ଷକୁ ଯିବ। ୩ ଜଣ ମହାକାଶଚାରୀ ସେଠାରେ ୭ ଦିନ ସମୟ କଟାଇବେ। ଏହି ଅଭିଯାନରେ ଜିଏସଏଲଭି-୩ କୁ ବ୍ୟବହାର କରାଯିବ । ଏହି ମିଶନରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏଭଳି ଏକ ମିଶନ ପାଇଁ ନିଖିଳ ମନୋନୀତ ହୋଇଥିବାରୁ ସମଗ୍ର ବଲାଙ୍ଗୀର ପାଇଁ ସେ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ।