ଇସ୍ରୋରେ ସମ୍ମାନିତ ହେଲେ ଓଡ଼ିଆ ପୁଅ ରାଜ୍ୟ By Nitidin On Sep 27, 2019 Share ଭୁବନେଶ୍ୱର,ଏନ୍ଏନ୍ଏସ୍: କୋରାପୁଟ ଯୁବକ ଗିରିଶ ବୈଶ୍ୟରାଜଙ୍କୁ ଇସ୍ରୋରେ ସମ୍ମାନିତ କରାଯାଇଛି। ଇସ୍ରୋ ଦ୍ୱାରା ଆୟୋଜିତ ଏକ ପ୍ରତିଯୋଗୀତାରେ ଥ୍ରୀଡି କ୍ୟାମେରାର ଇନୋଭେଟିଭ୍ ବ୍ୟବହାର ପାଇଁ ତାଙ୍କୁ ଇସ୍ରୋର ଶ୍ରେଷ୍ଠ ସମ୍ମାନ ମିଳିଛି। ସେ ସମ୍ପ୍ରତି ରାଉରକେଲା ଏନ୍ଆଇଟିର ୩ୟ ବର୍ଷରେ ଅଧ୍ୟୟନ କରୁଛନ୍ତି। ଇଲୋକ୍ଟ୍ରୋନିକ୍ସ୍ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଅଧ୍ୟୟନରତ ଏହି ଛାତ୍ର କହିଛନ୍ତି ଯେ ଗୋଟିଏ କ୍ୟାମେରା ମାଧ୍ୟମରେ ଏକାଧିକ ପ୍ରକାର କାମ କରିବା ଦିଗରେ ତାଙ୍କ ଉଦ୍ଭାବନ ବେଶ୍ ସହାୟକ ହେବ। Share