ସାଂସଦ ନୁସ୍ରତ ଓ ମିମିଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ

ପଶ୍ଚିମବଙ୍ଗ ଟିଏମଟି ସାଂସଦ ତଥା ଅଭିନେତ୍ରୀ ନୁସ୍ରତ ଜାହାନ ଓ ମିମି ଚକ୍ରବର୍ତ୍ତୀଙ୍କ ଡ୍ୟନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମା’ ଦୁର୍ଗାଙ୍କ ଏକ ଭଜନ ଗୀତ ‘ଅଶେୟ ମା ଦୁର୍ଗା ସେ’ ରେ ନାଚୁଥିବା ଦେଖିବାକୁ ମିଳିଛି। ଆଗକୁ ଦୁର୍ଗା ପୂଜା ଆସୁଥିବାରୁ ଏହି ଗୀତକୁ କଲିକତାବାସୀ ସେଲିବ୍ରେସନ କରୁଛନ୍ତି।

ଏହି ଭିଡିଓ କ୍ୟାପେଟନ୍ ଟିଏମଟି ଦ୍ୱାରା ରିଲଜ୍ କରାଯାଇଛି। ବେଙ୍ଗଲୀ ଫିଲ୍ମ ଅଭିନେତ୍ରୀ ଶୁଭଶ୍ରୀ ଗାଙ୍ଗୁଲିଙ୍କ ସହିତ ନୁସ୍ରତ ଓ ମିମି ନାଚୁଛନ୍ତି। ଏହି ଭିଡିଓ ଫେସବୁକରେ ୧.୬ ନିୟୁତ ଭ୍ୟୁଜ୍ ଅତିକ୍ରମ କରିସାରିଛି। ଏହି ଗୀତକୁ ଇନ୍ଦ୍ରଦୀପ ଦାସଗୁପ୍ତା ରଚନା କରିଛନ୍ତି ଓ ବାବା ଯାଦବ କୋରିଓଗ୍ରାଫି ଦେଇଛନ୍ତି। ନୁସ୍ରତ ଓ ମିମି ଉଭୟେ ପ୍ରଥମଥର ଲାଗି ଟିଏମଟିରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।