ଏଣିକି ରାଜ୍ୟରେ ସମସ୍ତଙ୍କୁ ମିଳିବ ପକ୍କା ଘର: ପ୍ରତାପ ଜେନା

ଭୁବନେଶ୍ୱର,ଏଜେନ୍ସି: ଏଣିକି ରାଜ୍ୟରେ ଆଉ କଚ୍ଚା ଘର ରହିବ ନାହିିଁ। ରାଜ୍ୟରେ ଯେଉଁମାନେ ମାଟି ଘରେ କିମ୍ବା କୁଡ଼ିଆରେ ରହୁଥିବେ ସେମାନଙ୍କୁ ସରକାରଙ୍କ ତରଫରୁ ପକ୍କା ଘର ଯୋଗାଇଦିଆଯିବ। ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଗରିବ ହିତାଧିକାରୀଙ୍କୁ ପକ୍କା ଘର ଦିଆଯିବ। ଏ ନେଇ ଆଜି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଆଗାମୀ ୨୦୨୩ ସୁଦ୍ଧା ଓଡ଼ିଶାରେ କାହାର ବି କଚ୍ଚା ଘର ନାହିଁ। ସମସ୍ତଙ୍କୁ ପକ୍କା ଘର ଦିଆଯିବ।

କେନ୍ଦ୍ର ସରକାରଙ୍କ ପ୍ରଧାମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଯୋଜନା ମାଧ୍ୟମରେ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। ଏଠି ପ୍ରଶ୍ନ ଉଠୁଛି ପୂବରୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଥର ଏଭଳି କୁହାଯାଇଛି। ସମସ୍ତଙ୍କୁ ପକ୍କା ଘର ଦିଆଯିବା ନେଇ ଘୋଷଣା କରାଯାଇଛି। କିନ୍ତୁ ଦିନକୁ ଦିନ କେବଳ ଏହାର ସମୟ ସୀମା ବଢ଼ିବାରେ ଲାଗିଛି। କେବଳ ମିଳୁଛି ସରକାରଙ୍କ ପ୍ରତିଶ୍ରୁତି। ତେବେ ଆଜି ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ପ୍ରତିଶ୍ରୁତି କେତେ ଦୂର କାମରେ ଲାଗୁଛି ତାହା ଦେଖିବାକୁ ବାକି ରହିଲା।