Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
+୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କଲେଜ ବଦଳି ଲାଗି ବିଜ୍ଞପ୍ତି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

+୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କଲେଜ ବଦଳି ଲାଗି ବିଜ୍ଞପ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ କଲେଜ ବଦଳି ଲାଗି ପ୍ରକିୟା ଆରମ୍ଭ ହୋଇଛି। ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ସବୁ କଲେଜର ଅଧ୍ୟକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି।

ଏନେଇ ଆସନ୍ତା ୧୦ତାରିଖ ପୂର୍ବାହ୍ଣ ୧୧ଟାରୁ ବଦଳି ଲାଗି ସ୍ୱତନ୍ତ୍ର ଫର୍ମ ସ୍କୁଲ ଓ ଗଣଶିକ୍ଷା ବିଭାଗର ୱେବସାଇଟ୍ରେ ଉପଲବ୍ଧ ହେବ। ଟ୍ରାନ୍ସଫର ବା ବଦଳି ପାଇଁ ଇଛୁକ ଆବେଦନକାରୀମାନେ ସେପ୍ଟେମ୍ବର ୧୬ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ନିର୍ଦ୍ଦେଶ ରହିଛି।

୧୨ରୁ ୧୮ତାରିଖ ପର୍ଯ୍ୟନ୍ତ କଲେଜ ଛାଡୁଥିବା ଛାତ୍ରଛାତ୍ରୀଙ୍କର ଆବେଦନ ଫର୍ମ ଯାଞ୍ଚ କରାଯିବ। ୧୬ରୁ ୨୧ତାରିଖ ମଧ୍ୟରେ ସାମ୍ସ ନୋଡାଲ କେନ୍ଦ୍ରରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ୧୭ରୁ ୨୫ତାରିଖ ପର୍ଯ୍ୟନ୍ତ ସମସ୍ତ ଆବେଦନ ଫର୍ମର ସମୀକ୍ଷା କରାଯିବା ସହ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଅନୁମୋଦନ ପ୍ରଦାନ କରାଯିବ।

ସେହିପରି ଶେଷରେ ୨୬ରୁ ୩୦ତାରିଖ ମଧ୍ୟରେ ବଦଳି ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀମାନେ ଯେଉଁ କଲେଜକୁ ବଦଳି ଲାଗି ଆବେଦନ କରିଥିବେ ସମ୍ପୃକ୍ତ କଲେଜରେ ନାମ ଲେଖାଇବାକୁ ବିଜ୍ଞପ୍ତିରେ ଦର୍ଶାଯାଇଛି।