ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ନୋରା ଫତେହୀ କଥିତ ଠକ ସୁକେଶ ଚନ୍ଦ୍ରଶେଖର ସହ ଜଡ଼ିତ ୨୦୦ କୋଟି ମନି ଲଣ୍ଡ୍ରିଂ ମାମଲାରେ ଆଜି ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା ସମ୍ମୁଖରେ ହାଜର ହୋଇଛନ୍ତି । ଉକ୍ତ ମାମଲାରେ ନୋରାଙ୍କ ଭୂମିକାକୁ ନେଇ ପୁଲିସ ଜେରା କରୁଛି । ଏହି ସମୟରେ ନୋରା ସମ୍ପୂର୍ଣ୍ଣ ବ୍ଲାକ ଲୁକରେ ନଜର ଆସିଥିଲେ । ସର୍ବଦା ଗ୍ଲାମର ଲୁକରେ ନଜର ଆସୁଥିବା ନୋରାଙ୍କ ମୁହଁ ମଧ୍ୟ ଆଜି କଳା ହୁଡି, ମାସ୍କ ଓ ଚଷମାରେ ଢାଙ୍କି ହୋଇଥିଲା ।
ସୂଚନାଯ୍ୟୋ, ନୋରା ଫତେହୀଙ୍କୁ ଏହାପୂର୍ବରୁ ସେପ୍ଟେମ୍ବର ୨ ତାରିଖରେ ମଧ୍ୟ ଜେରା କରାଯାଇଥିଲା । ନୋରାଙ୍କ ସହ ପିଙ୍କି ଇରାନୀଙ୍କୁ ବି ଆଜି ପୁଲିସ ଜେରା କରିଥିବା ସୂଚନା ମିଳିଛି ।