ଜ୍ୟାକଲିନଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କଲେ ନୋରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୋରା ଫତେହୀ ପଟିୟାଲା କୋର୍ଟରେ ଅଭିନେତ୍ରୀ ଜ୍ୟାକିଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଛନ୍ତି । ସୁକେଶ ଚନ୍ଦ୍ରଶେଖର ସହ ଜଡ଼ିତ ୨୦୦ କୋଟି ମନି ଲଣ୍ଡ୍ରଂ ମାମଲାରେ ଅଯଥାରେ ତାଙ୍କ ନାଁକୁ ଯୋଡ଼ା ଯିବାକୁ ନେଇ ନୋରା ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ସୁକେଶ ଚନ୍ଦ୍ରଶେଖର ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହୋଇଥିବାବେଳେ ନୋରାଙ୍କୁ ସାକ୍ଷୀ କରାଯାଇଛି । ଆଉ ଏବେ ଉକ୍ତ ମାମଲାର ଶୁଣାଣି ଡିସେମ୍ବର ୨୦କୁ ସ୍ଥଗିତ ରଖାଯାଇଛି । ଏହି ମାମଲାରେ ଜ୍ୟାକଲିନ ବହୁବାର କୋର୍ଟ ସମ୍ମୁଖରେ ହାଜର ହୋଇଛନ୍ତି ।