ଏକ୍ସଇ ଭ୍ୟାରିଆଣ୍ଟକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ: ଡିଏମ୍‌ଇଟି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏକ୍ସଇ ଭ୍ୟାରିଆଣ୍ଟକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି। ସେହିପରି ଭାରତରେ ଏକ୍ସଇ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲେ ମଧ୍ୟ ସରକାର ଏହାକୁ ଆସ୍ୱୀକାର କରିଛନ୍ତି। ତେବେ ଏହା କେତେ ସଂକ୍ରାମକ ତାହା ଉପରେ ତର୍ଜମା ଚାଲିଛି। ହେଲେ ମାସ୍କ ପିନ୍ଧିବା ଜରୁରୀ ଅଟେ। ଗହଳି ସ୍ଥାନରେ ବି ମାସ୍କ ପିନ୍ଧିବାର ଆବଶ୍ୟକତା ରହିଛି। ଅନ୍ୟ ରାଜ୍ୟରେ ମାସ୍କ ପ୍ରତ୍ୟାହାର ହେଲାଣି ମାତ୍ର ଓଡିଶାରେ ତାହା ହେବ କି ନାହଁ ରାଜ୍ୟ ସରକାର ନିଷ୍ପତ୍ତି ନେବେ।

ସୂଚନା ଅନୁସାରେ, ବୁଧବାର ବିଏମସ ପକ୍ଷରୁ କୁହାଯାଇଥିଲା ଯେ ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଠାରେ ଏକ୍ସଇ ଭୂତାଣୁ ଚିହ୍ନଟ ହୋଇଛି । ସେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ତେବେ ତାଙ୍କ ଶରୀରରେ କୌଣସି ଲକ୍ଷଣ ନାହିଁ ଏବଂ ସେ ଦୁଇଟି ଡୋଜ ଟିକା ମଧ୍ୟ ନେଇଛନ୍ତି।

ମୁମ୍ବାଇ ମହନଗର ନିଗମ ପକ୍ଷରୁ ଏହି ଘୋଷଣା କରାିବାର କିଛି ସମୟ ପରେ ଏହାକୁ ଖଣ୍ଡନ କରିଥିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ମୁମ୍ବାଇରେ ଚିହ୍ନଟ ହୋଇଥିବା ବ୍ୟକ୍ତି ଏକ୍ସଇ ଆକ୍ରାନ୍ତ ନୁହନ୍ତି। କାରଣ ତାଙ୍କର ଜିନମ ସ୍ୱିକ୍ୱେନ୍ସିଂ କରାଯିବା ପରେ ଏକ୍ସଇ ଭ୍ୟାରିଆଣ୍ଟ ନଥିବା ଜଣାପଡିଛି।