ପ୍ରଥମ ଥର ପାଇଁ ନ୍ୟୁୟର୍କ ସହରରେ ଏନ୍‌ଏମ୍‌ଏସିସି

ଆମେ ପ୍ରଥମ ଥର ପାଇଁ ନ୍ୟୁୟର୍କ ସହରକୁ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (ଏନ୍‌ଏମ୍‌ଏସିସି)-ଇଣ୍ଡିଆ ୱିକ୍‌ଏଣ୍ଡ୍‌କୁ ଆଣିବା ନେଇ ମାତ୍ରାଧିକ ଉତ୍ସାହିତ! ଏହା ଭାରତର ସାଂସ୍କୃତିକ ଐତିହ୍ୟ – ଆମର କଳା, ହସ୍ତଶିଳ୍ପ, ସଙ୍ଗୀତ, ନୃତ୍ୟ, ଫ୍ୟାଶନ୍ ଏବଂ ଖାଦ୍ୟର ଏକ ବିଶ୍ୱସ୍ତରୀୟ ଉତ୍ସବର ନିଦର୍ଶନ ପ୍ରତିପାଦିତ କରିବା ଉଦ୍ଦେଶ୍ୟରେ ଡିଜାଇନ୍ କରାଯାଇଛି। ଏନ୍‌ଏମ୍‌ଏସିସିରେ ଆମର ଲକ୍ଷ୍ୟ ସର୍ବଦା ଭାରତର ସର୍ବୋତ୍ତମ ପ୍ରଦର୍ଶନ ଏବଂ ବିଶ୍ୱ ସମ୍ମୁଖରେ ଭାରତର ସର୍ବୋତ୍ତମକୁ ସାମ୍ନାକୁ ଆଣିବା। ଏହି ସ୍ୱତନ୍ତ୍ର ସପ୍ତାହାନ୍ତ କାର୍ଯ୍ୟକ୍ରମ ସେହି ଯାତ୍ରାର ପ୍ରଥମ ପଦକ୍ଷେପ, ଯାହାକି ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ଷ୍ଟେଜ୍ ଲିଙ୍କନ୍ ସେଣ୍ଟରରେ ଭାରତର ଅନ୍ତର ଆତ୍ମାକୁ ଉତ୍ସବ ଭାବେ ପାଳନ କରୁଛି। ମୁଁ ନ୍ୟୁୟର୍କ ସହର ଏବଂ ବିଶ୍ୱ ସହିତ ଆମର ସମୃଦ୍ଧ ପରମ୍ପରା ଏବଂ ଐତିହ୍ୟ ବାଣ୍ଟିବାକୁ ଉତ୍ସାହିତ।

ନୀତା ଏମ୍ ଅମ୍ବାନୀ
ପ୍ରତିଷ୍ଠାତା, ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର