ଜାନୁଆରୀ ୧୫ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା, କେମିତି କରିବେ ନାମ ସଂଶୋଧନ ପଢ଼ନ୍ତୁ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ଏହି ସୂଚନା ଦେଇଛନ୍ତି। ନାମ ସଂଶୋଧନ ବା ଯୋଡିବା ପାଇଁ ଭୋଟର ଡିସେମ୍ବର ୧୫ ମଧ୍ୟରେ ଆବେଦନ କରି ପାରିବେ। ଭୋଟର ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ନିଜର ନାମ ସଂଶୋଧନ କରି ପାରିବେ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ତାଲିକାରେ ନାମ ଯୋଡିବା, କାଟିବା ଏବଂ ସଂଶୋଧନ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନାମ ଯୋଡିବାକୁ ଫର୍ମ ୬, କାଟିବାକୁ ୭ ଏବଂ ସଂଶୋଧନ ପାଇଁ ଡିସେମ୍ବର ୮ରେ ଆବେଦନ କରି ହେବ। ନାମ ଯୋଡିବା ପାଇଁ ଲୋକଙ୍କୁ ନିଜର ଫଟୋ, ବାସସ୍ଥାନ ପ୍ରମାଣ ଦେଇ ଆବେଦନ କରି ପାରିବେ। ଅନଲାଇନ କିମ୍ବା ବୁଥସ୍ତରରେ ପହଞ୍ଚି ଆବେଦନ କରାଯାଇ ପାରିବ। ଏହାକୁ ନେଇ ଡିସେମ୍ବର ୫ ଓ ୬ରେ ବୁଥରେ ବିଏଲଓ ରହିବ। ନୂଆ ଭୋଟର ତାଲିକା ପାଇଁ ସ୍ୱତନ୍ତ୍ର ଅଭିଯାନ ଚଳାଯିବ। ଆବେଦନ ପତ୍ର ଗୁଡିକୁ ଡିସେମ୍ବର ୧୫ରୁ ଜାନୁଆରୀ ୫ ମଧ୍ୟରେ ଯାଞ୍ଚ ହେବ। ଯାଞ୍ଚ ପରେ ଜାନୁଆରୀ ୧୫ରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସିଇଓ କହିଛନ୍ତି।