ନିର୍ଭୟା ମାମଲା: ପେବୃଆରୀ ୧ରେ ଦୋଷୀଙ୍କୁ ଫାଶୀ; ତଥାପି ଆଶଙ୍କା !

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମର ଦୋଷୀମାନଙ୍କୁ ଫାଶୀ ଜାନୁଆରୀ ୨୨ରେ ଦିଆଯିବନି। ଫେବୃଆରୀ ୧ ସକାଳ ୬ଟାରେ ଫାଶୀ ଦିଆଯିବ ବୋଲି ପଟିଆଲା ହାଉସ୍ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି। ଏହି ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର କ୍ଷମା ଆବେଦନକୁ ଖାରଜ କରିବା ପରେ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି। ପ୍ରକାଶଥାଉକି ମୁକେଶର ରାଜକ୍ଷମାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଥିଲେ। ଅପରପକ୍ଷେ ଯଦି ଅନ୍ୟ ଅଭିଯୁକ୍ତମାନେ ରାଜକ୍ଷମା ଆବେଦନ କରନ୍ତି ତେବେ ପୁଣି ଫାଶୀ ତାରିଖ ଘୁଞ୍ଚିପାରେ ବୋଲି ଆଇନଜୀବୀମାନେ ମତ ଦେଇଛନ୍ତି।

ନୂଆ ଫାଶୀ ତାରିଖକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନିର୍ଭୟାଙ୍କ ମା’। ସେ କହିଛନ୍ତି ଯେ, ଆମକୁ କେବଳ ତାରିଖ ପରେ ତାରିଖ ମିଳୁଛି। ମାନବାଧିକାର କର୍ମୀ ଓ ଆଇନ୍ ଅଭିଯୁକ୍ତମାନଙ୍କ ଅଧିକାର କଥା ବୁଝୁଛି। ମୋ ଝିଅର ଅଧିକାରକୁ କେହି ବୁଝିଲେନି।’