ସାମ୍ନାକୁ ଆସିଲା ନୱାଜୁଦ୍ଦିନଙ୍କ କିନ୍ନର ବେଶ

ମୁମ୍ବାଇ: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ନିଜ ପ୍ରତିଭା ବଳରେ ହିନ୍ଦୀ ସିନେମା ଜଗତରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ନୱାଜ ଫିଲ୍ମ ବ୍ୟବସାୟଠୁ ଦର୍ଶକଙ୍କ ମନରେ ନିଜ ଛାପ ଛାଡ଼ିବା ଉପରେ ସର୍ବଦା ଅଧିକ ଗୁରୁତ୍ୱ ଦେଇଥାନ୍ତି । ଏହିକ୍ରମେ ନୱାଜ ତାଙ୍କ ଆଗାମୀ ଫିଲ୍ମ ‘ହଡ୍ଡୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମରେ ସେ କିନ୍ନର ଭୂମିକାରେ ନଜର ଆସିବେ । ଫିଲ୍ମରେ ନୱାଜଙ୍କ ଜବରଦସ୍ତ ଲୁକ୍ ଦେଖିବାକୁ ମିଳିଛି । ଏହାର ଏକ ଝଲକ ମଧ୍ୟ ସେ ଫ୍ୟାନଙ୍କ ସହ ସେୟାର କରିଛନ୍ତି ।

ନୱାଜୁଦ୍ଦିନ ସିଦ୍ଦିକିଙ୍କ ଏକ ମେକଅପ୍ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଫ୍ୟାନ୍ସ ଖୁବ୍ ଉତ୍ସାହିତ ଅଛନ୍ତି । ଉକ୍ତ ଭିଡିଓରେ ନୱାଜ ଚେୟାରରେ ବସିଥିବାବେଳେ ମେକଅପ୍ ଓ ହେୟାର ଆର୍ଟିଷ୍ଟ ତାଙ୍କୁ ମହିଳା ଅବତାରରେ ପ୍ରସ୍ତୁତ କରୁଛନ୍ତି । ଏହି ବେଶ ନେବା ପାଇଁ ନୱାଜଙ୍କୁ ୩ ଘଣ୍ଟା ସମୟ ଲାଗିଥିବା ଜଣାପଡ଼ିଛି ।