ଗଙ୍ଗା ନଦୀ କୂଳରେ ନିର୍ବନ୍ଧ କଲେ ସିଦ୍ଧୁଙ୍କ ପୁଅ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ନଭଜୋତ ସିଂହ ସିଦ୍ଧୁ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ହେଲେ ଏଥର କୌଣସି ବିବାଦ ନୁହେଁ ବରଂ ପୁଅ ପାଇଁ ଖବରରେ ଅଛନ୍ତି । ସିଦ୍ଧୁଙ୍କ ଘରେ ଖୁବଶୀଘ୍ର ସାହାନାଇ ବାଜିବ । ଆଜ୍ଞା ହଁ, ସିଦ୍ଧୁଙ୍କ ପୁଅ କରନ ସିଦ୍ଧୁ ବିବାହ କରିବାକୁ ଯାଉଛନ୍ତି । ନିକଟରେ ଗଙ୍ଗା ନଦୀ କୂଳରେ ଇନାୟତ ରନ୍ଧାବାଙ୍କ ସହ କରନଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଏନେଇ ନିଜେ ସିଦ୍ଧୁ ସୋସିଆଲ ମିଡିଆରେ ଫଟୋ ସେୟାର କରି ସୂଚନା ପ୍ରଦାନ କରିଛନ୍ତି ।

ନଭଜୋତ ସିଂହ ସିଦ୍ଧୁ କ୍ୟାପ୍ସନରେ ଲେଖିଛନ୍ତି ଯେ, ପୁଅ ତା’ ମା’ର ସବୁଠୁ ବଡ଼ ଇଚ୍ଛାକୁ ସମ୍ମାନ ଦେଇଛି । ଶୁଭ ଦୁର୍ଗାଷ୍ଟମୀରେ ମାଁ ଗଙ୍ଗାଙ୍କ କୂଳରେ ଏକ ନୂଆ ଶୁଭାରମ୍ଭ ହୋଇଛି । ଆମ ଭାବିବୋହୂ ଇନାୟତ ରନ୍ଧାବାର ପରିଚୟ ଆପଣ ସମସ୍ତଙ୍କ ସହ କରୁଛୁ ।

ସୂଚନାଯୋଗ୍ୟ, ନଭଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର କ୍ୟାନ୍ସରରେ ପୀଡ଼ିତ ଅଛନ୍ତି । କିଛିଦିନ ପୂର୍ବରୁ ସିଦ୍ଧୁ ପତ୍ନୀଙ୍କ କିମୋଥେରାପୀର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ